କଟକ: ସମ୍ପତ୍ତି ପାଇଁ ଭାଉଜକୁ ହତ୍ୟା କଲା ଦିଅର । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଶିଖରପରୁ ଅଞ୍ଚଳରେ । ଅଭିଯୁକ୍ତ ଦିଅରକୁ ଗିରଫ କରିଛି ପୋଲିସ ।
ସୂଚନାଅନୁସାରେ, ମୃତ ମହିଳା ଜଣକ ହେଲେ କାମାକ୍ଷୀ ମହାନ୍ତି । ତାଙ୍କ ସ୍ବାମୀ ହିମାଂଶୁ ମହାନ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ଦୁଇ ଭାଇଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଦେଖାଦେଇଥିଲା । ଏନେଇ ଅନେକ ଥର ଦୁଇ ପରିବାର ଭିତରେ ମଧ୍ୟ ଗଣ୍ଡଗୋଳ ହୋଇଛି । ପରିବାର ବୁଝାମଣା ଭିତରେ ବିବାଦ ବି ପ୍ରାୟ ଥମିଯାଏ । ହେଲେ ଗତକାଲି ପୁଣି ସେହି ଜମିଜମା ବିବାଦକୁ ନେଇ ମହିଳାଙ୍କ ଦିଅର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ ।