କଟକ: ଯୌତୁକ ଜୁଇରେ ଜଳିଲା ପୁଣି ଜଣେ ନବବଧୂ । କଟକ ବିଡାନାସୀ ଅଞ୍ଚଳର ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ନିର୍ଯାତନା ପାଇଁ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ପରିବାର ଲୋକ ବିଡାନାସି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାକୁ ତଦନ୍ତ କରି ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତ ଜଣକ ହେଉଛନ୍ତି ବିଡାନାସୀ ଗୋପାଳ ସାହିର ଶ୍ରୀନାଥ ବେହେରା। ସୂଚନା ଅନୁଯାୟୀ, ଜଗତସିଂହପୁର ଅଞ୍ଚଳର ସବିତା ଦାସ ଗତ ୨୦୧୯ ମସିହା ମେ' ମାସରେ ବିଡାନାସୀର ଶ୍ରୀନାଥ ବେହେରାଙ୍କୁ ବିବାହ କରିଥିଲେ। ଗତ ୨୫ ଦିନ ପୂର୍ବେ ସବିତାଙ୍କ ପ୍ରସବ ହୋଇଥିଲା।