ଓଡିଶା

odisha

ETV Bharat / state

ଆଉ ଶୁଭୁନି କଂସା-ପିତ୍ତଳର କୋଳାହଳ, ଦୁର୍ଦ୍ଦିନରେ କାରିଗର

ଓଡ଼ିଶା ପ୍ରସିଦ୍ଧ ବାଳକାଟି ରଥିଜେମାର କଂସା ପିତ୍ତଳ କାରିଗର ଦୁର୍ଦ୍ଦିନରେ । ୨୫୦ଟି ଶାଳ ମଧ୍ୟରୁ ଏବେ ୩୦ଟି କରୁଛି କାର୍ଯ୍ୟ । କଞ୍ଚା ମାଲ ଅଭାବ ଓ ମଜୁରୀ ମିଳୁନଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର । ଅଧିକ ପଢନ୍ତୁ...

By

Published : Oct 30, 2021, 2:37 PM IST

ଦୁର୍ଦ୍ଦିନରେ କଂସା-ପିତ୍ତଳ କାରିଗର, ସରକାରୀ ପ୍ରୋତ୍ସାହନ ପାଇଁ ଦାବି
ଦୁର୍ଦ୍ଦିନରେ କଂସା-ପିତ୍ତଳ କାରିଗର, ସରକାରୀ ପ୍ରୋତ୍ସାହନ ପାଇଁ ଦାବି

ନିଆଳି: ଦିନ ଥିଲା ଏକତା ଓଡିଶା ତଥା ଓଡିଶା ବାହାରେ କଂସା ଓ ପିତ୍ତଳ ସାମଗ୍ରୀ ପାଇଁ ପ୍ରସିଦ୍ଧ ଲାଭ କରିଥିଲା ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ରଥିଜେମା, ନୂଆସାହି ଓ ଚାରିମାଣିଆ । କେବଳ ଏହି ତିନୋଟି ଗାଁ କାହିଁକି ବାଳକାଟି ଠାରୁ ଆରମ୍ଭ କରି ୨୦ ରୁ ୩୦ ଖଣ୍ତ ଗାଁରେ ୨୫୦ ଟି କଂସା ଓ ପିତ୍ତଳର ଶାଳ ଥିଲା । ସଞ୍ଜ ଓ ସକାଳେ କାରିଗରଙ୍କ ଠନ୍ ଠନ୍ ଶବ୍ଦରୁ ବାରି ହୋଇପଡୁଥିଲା ପ୍ରସ୍ତୁତି ଚାଲିଛି କଂସା ଓ ପିତ୍ତଳ ଉପକରଣ ।

ଦୁର୍ଦ୍ଦିନରେ କଂସା-ପିତ୍ତଳ କାରିଗର, ସରକାରୀ ପ୍ରୋତ୍ସାହନ ପାଇଁ ଦାବି

ହେଲେ ବର୍ତ୍ତମାନ ଆଉ ସେସବୁ ଦେଖିବାକୁ ମିଳୁନି । ବାହରୁ ଆସୁଥିବା କଞ୍ଚା ମାଲର ଅଭାବ ସାଙ୍ଗକୁ ସରକାରଙ୍କ ବର୍ଦ୍ଧିତ ଦର ପାଇଁ କଂସା ଓ ପିତ୍ତଳର ତିଆରିରୁ ମୁହଁ ଫେରାଉଛନ୍ତି ବହୁ କାରିଗର । ସେପଟେ ପିତ୍ତଳରୁ ତିଆରି ହେଉଥିବା ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ ବି ସମସ୍ୟା ପଡୁଛନ୍ତି କାରିଗର । ଆଉ ଆଗ ଭଳି ବେପାର ମଧ୍ୟ ନାହିଁ । ଦିନ ମଜୁରିଆମାନଙ୍କୁ ଧରି ଶାଳ ଚଲାଇବା କଷ୍ଟ ସାଧ୍ଯ ବୋଲି କହିଛନ୍ତି କାରିଗର ।

ତେବେ ରାଜଧାନୀ ଉପକଣ୍ଠ ବାଳକାଟି ଆଖପାଖ ଅଞ୍ଚଳରେ ୨୦ ରୁ ୨୫ ଖଣ୍ତ ଗାଁର ଲୋକେ କଂସା ଓ ପିତ୍ତଳର ଶାଳ ଉପରେ ନିର୍ଭର କରୁଥିଲେ । ନିଜସ୍ଵ ଶାଳ ମାଧ୍ୟମରେ ଥାଳି, କଂସା, ତାଟିଆ, ଗରା, ଘଣ୍ଟି, ଘଣ୍ଟ, ବାଲଟି, ଦୀପଦାନି ଏମିତି ଅନେକ ଜିନିଷ ତିଆରି କରି ସୁନାମ ଅର୍ଜନ କରିଥିବା ଅଞ୍ଚଳ ଆଜି କୌଳିକ ବୃତ୍ତିରୁ ଧିରେ ଧିରେ ନିବୃତ୍ତ ହେଉଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର କାହାରି ନିଘା ନ ଥିବା କହିଛନ୍ତି କାରିଗର ଓ ସ୍ଥାନୀୟ ଲୋକେ । ଯାହା ଫଳରେ ଶହ ଶହ ବର୍ଷର କୌଳିକ ବୃତ୍ତି ବୁଡିବା ସହ ବେଉସା ହରେଇଲେଣି ଦିନ ମଜୁରିଆ ଓ କାରିଗର । ଗୋଟିଏ ଗୋଟିଏ ଶାଳରେ ୧୫ ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ । ଏବେ କିନ୍ତୁ ବହୁ ଶାଳ ବନ୍ଦ ହୋଇପଡି ଥିବାବେଳେ କାଁ ଭାଁ ଶାଳ ନାମକୁ ମାତ୍ର ଚାଲୁଛି ।

କେବଳ କଂସା-ପିତ୍ତଳ ବେଉସା କାହିଁକି, ଆଧୁନିକତାର ସ୍ପର୍ଶ ଧିରେ ଧିରେ ଅନେକ କୌଳିକ ବୃତ୍ତିକୁ ଗିଳି ସାରିଲାଣି । ଯଦି ଏସବୁ ବୃତ୍ତି ପ୍ରତି ସରକାର ବିଶେଷ ଦୃଷ୍ଟି ନ ଦେବେ ତେବେ ଦିନେ ଯେ, ଓଡିଶାର କାରୁକାର୍ଯ୍ୟରୁ ଏହା ଲୋପ ପାଇନଯିବ ତାହା କିଏ କହିବ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details