ଓଡିଶା

odisha

ETV Bharat / state

ପୋଖରୀରେ ପହଁରିବା ବେଳେ ବାଳକ ନିଖୋଜ

ପୋଖରୀରେ ପହଁରୁ ଥିବାବେଳେ ନିଖୋଜ ହୋଇଗଲେ ବାଳକ । ସର୍ଚ୍ଚ ଅପରେସନ ଜାରି ରଖିଛି ଦମକଳ ବାହିନୀ । ଅଧିକ ପଢନ୍ତୁ...

By

Published : Jun 26, 2021, 10:12 PM IST

ପୋଖରୀରେ ପହଁରିବା ବେଳେ ବାଳକ ନିଖୋଜ
ପୋଖରୀରେ ପହଁରିବା ବେଳେ ବାଳକ ନିଖୋଜ

କଟକ:ପୋଖରୀରେ ପହଁରିବା ହେଲା କାଳ । ନିଖୋଜ ହୋଇଗଲା ବାଳକ । ଅଘଟଣ ଘଟିଛି ଚୌଦାର ଅଞ୍ଚଳର କୋଟସାହି ପଞ୍ଚୟତରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

ପୋଖରୀରେ ପହଁରିବା ବେଳେ ବାଳକ ନିଖୋଜ

ସୂଚନା ଅନୁସାରେ ଉକ୍ତ ଅଞ୍ଚଳର ଭାଗ୍ୟଧର ବିଶ୍ବାଳଙ୍କ ପୁଅ ଲୁଲୁ ଘର ନିକଟରେ ଥିବା ପୋଖରୀକୁ ପହଁରା ଶିଖିବା ପାଇଁ ଯାଇଥିଲେ । ହେଲେ କୌଣସି କାରଣବଶଃତ ତାଙ୍କୁ ଆଉ ପୋଖରୀରେ ଦେଖିବାକୁ ମିଳିନଥିଲା । ଲୁଲୁଙ୍କୁ ସେଠାରେ ନପାଇ ତୁରନ୍ତ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବସ ପାଇ ଦମକଳ ଟିମ ଘଟଣାସ୍ଥଳେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବାଳକର ପତ୍ତା ମିଳିପାରିନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details