ଓଡିଶା

odisha

ETV Bharat / state

ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରିବ ବିଜେପି

ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ଅଧିକ ପଢନ୍ତୁ...

tomarrow will  bjp protest undivided cuttack over mahanga murder case
କଟକରେ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ କରିବ ବିଜେପି

By

Published : Jan 3, 2021, 10:02 PM IST

Updated : Jan 4, 2021, 10:42 AM IST

କଟକ: ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ସୋମବାର ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ମନ୍ତ୍ରୀ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ସହ କୁଶପୁତ୍ତଳିକା ଦାହ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଆସନ୍ତାକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରିବ ବିଜେପି

କଟକ ଜିଲ୍ଲା ମାହାଙ୍ଗାରେ ଶନିବାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ବୀଭତ୍ସ ତଥା ଅତ୍ୟନ୍ତ ଜଘନ୍ୟ ଭାବରେ ହତ୍ୟା କରାଯାଇଛି । ସେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ଲୋକଲୋଚନକୁ ଆଣିଥିଲେ। ସ୍ବର୍ଗତ ବରାଳ ନିଜ ଜୀବନକୁ ବିପଦଥିବା ଦର୍ଶାଇ ବହୁବାର ପ୍ରଶାସନକୁ ନିବେଦନ କରିଥିଲେ । ପୋଲିସ କୌଣସି ସୁରକ୍ଷା ଯୋଗାଇଦେଇନଥିଲା । ଏହା ଶାସକ ଦଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ଇଙ୍ଗିତରେ ବହୁ ପୂର୍ବରୁ ଏକ ସୁପରିକଳ୍ପିତ ଷଡଯନ୍ତ୍ର କରାଯାଇଥିଲା ଏବଂ ଶେଷରେ ସେମାନେ ସଫଳ ହୋଇଛନ୍ତି । ଶାସକ ବିଜେଡି ଜିଲ୍ଲାରେ ରାଜନୈତିକ ହିଂସା ଆପଣେଇଛି ବୋଲି କହିଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ରାଜ୍ୟରେ ବିଜେଡି ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସା ସୃଷ୍ଟି କରୁଛି ବୋଲି କହିଛନ୍ତି । ଏହି ଘଟଣା ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରରୋଚନାର ହୋଇଛି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଯାହାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ବିଜେପି କହିଛି ।

ମାହାଙ୍ଗାରେ ରାଜ୍ୟ ବିଜେପି ନେତୃତ୍ବ ତଥା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଓ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ସହ ଅନ୍ୟ ବିଜେପି ନେତାମାନେ ମୃତକଙ୍କ ପରିବାରକୁ ଭେଟିଛନ୍ତି । କୁଳମଣିଙ୍କ ମୃତ୍ୟର ସମସ୍ତ କ୍ରିୟା ପୂର୍ବରୁ ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ନିଜର କାମ ଜାରି ରଖିବ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 4, 2021, 10:42 AM IST

ABOUT THE AUTHOR

...view details