ଓଡିଶା

odisha

ETV Bharat / state

PDଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧି ଦଳ ନେତା

୯ ଦିନ ଧରି ନିଆଳି ବ୍ଲକ ସମ୍ମୁଖରେ ଜାରି ରହିଥିବା ବିଜେପି ଧାରଣା ପ୍ରତ୍ୟାହୃତ ।‌ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ନେତାଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅଧିକ ପଢ଼ନ୍ତୁ

ପିଡିଙ୍କ ପ୍ରତିଶ୍ରୁତି ପରେ ବିଜେପି ଧାରଣା ପ୍ରତ୍ୟାହୃତ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧି ଦଳ ନେତା
ପିଡିଙ୍କ ପ୍ରତିଶ୍ରୁତି ପରେ ବିଜେପି ଧାରଣା ପ୍ରତ୍ୟାହୃତ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧି ଦଳ ନେତା

By

Published : Dec 14, 2022, 11:11 AM IST

Updated : Dec 14, 2022, 1:02 PM IST

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧି ଦଳ ନେତା

ନିଆଳି: ୯ ଦିନ ପରେ ବିଜେପି ଧାରଣା ପ୍ରତ୍ୟାହୃତ ।‌ ୮ ଦଫା ଦାବିରେ ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ବରେ ଚାଲିଥିବା ଧାରଣା ପିଡିଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି । ତେବେ ମଙ୍ଗଳବାର ଧାରଣାସ୍ଥଳରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

୯ ଦିନ ଧରି ନିଆଳି ବ୍ଲକ ସମ୍ମୁଖରେ ୮ ଦଫା ଦାବିରେ ବିଜେପି ଧାରଣାରେ ବସିଥିଲା । ତେବେ ମଙ୍ଗଳବାର ଅପରାହ୍ନ ସମୟରେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ନେତାଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ବିଜେପି ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଏବଂ କର୍ମୀ ଯୋଗଦେଇଥିଲେ । ସେପଟେ ଧାରଣାସ୍ଥଳରେ ଯୋଗଦେଇ ବିରୋଧି ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସେ କହିଛନ୍ତି, "ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ହେଉଛି ବିରୋଧିଙ୍କ ଦାୟିତ୍ଵ । ଏହାର ସମାଧାନ କରିବା ସରକାରଙ୍କ ଦାୟିତ୍ବ । ପାତର ଅନ୍ତର ନୁହେଁ ବରଂ ବ୍ଲକରେ ବ୍ୟାପକ ଦୁର୍ନୀତି ଚାଲିଛି । ଏବଂ ଲୋକଙ୍କୁ ନ୍ୟାୟ ମିଳୁନାହିଁ । ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଲକ୍ଷ୍ୟ ପୂରଣ ହେବା କଥା । ଓଡ଼ିଶା ପୂରଣ କରି ପାରିଲା ନାହିଁ । ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଗାଁଠୁ ଜିଲ୍ଲା ପର୍ଯ୍ୟନ୍ତ କେଉଁଠି ବି କାର୍ଯ୍ୟ ହୋଇପାରିନାହିଁ । ଏସବୁ ସମସ୍ୟାକୁ ନେଇ ବିଧାନସଭା ଓ ବିଧାନସଭା ବାହାରେ ଆନ୍ଦୋଳନ ଜାରି ରହିବ । ଆଜି ଓଡ଼ିଶାରେ ଶିକ୍ଷିତ ଯୁବକ ଯୁବତୀ ବେକାର । ଧାନ ଚାଷ କଲେ ବିକ୍ରି ନାହିଁ, ପାଠ ପଢ଼ିଲେ ଚାକିରି ନାହିଁ । ଶିକ୍ଷିତ ଯୁବକ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଓଡିଶାର ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛି ।" ଓଡିଶାର ମୁଖ୍ୟମନ୍ତ୍ରୀ ୨୨ ବର୍ଷ ଶାସନ ମଧ୍ୟରେ କେତେ ବିପିଏଲକୁ ଏପିଏଲ କରିଛନ୍ତି ବୋଲି ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Dec 14, 2022, 1:02 PM IST

ABOUT THE AUTHOR

...view details