ଓଡିଶା

odisha

By

Published : Jun 16, 2023, 5:45 PM IST

ETV Bharat / state

ଦେବାଶିଷ ସାମନ୍ତରାୟଙ୍କୁ ମନ୍ତ୍ରୀ କରିବେ ମୁନ୍ନା ଖାନ ! କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜିଦି କରିବି

ରଜ ଉପଲକ୍ଷେ କଟକ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଦେବାଶିଷ ସାମନ୍ତରାୟଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଲୋକଙ୍କୁ ଅନୁରୋଧ କଲେ ବିଜେଡି ସାଂସଦ ମୁନ୍ନା ଖାନ । କହିଲେ ଏଥର ଋଷି ଭାଇ ଜିତିଲେ ମନ୍ତ୍ରୀ ମଣ୍ଡଳରେ ଶପଥ ନେବେ । ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜିଦି କରି ଋଷି ଭାଇଙ୍କୁ ମନ୍ତ୍ରୀ କରିବି । ଅଧିକ ପଢ଼ନ୍ତୁ

ଏମିତି କହିଲେ ବିଜେଡି ସାଂସଦ ମୁନ୍ନା ଖାନ
ଏମିତି କହିଲେ ବିଜେଡି ସାଂସଦ ମୁନ୍ନା ଖାନ

ଏମିତି କହିଲେ ବିଜେଡି ସାଂସଦ ମୁନ୍ନା ଖାନ

କଟକ: "ଏଥର ଋଷି ଭାଇ ଜିତିଲେ ମନ୍ତ୍ରୀ ମଣ୍ଡଳରେ ଶପଥ ନେବେ । ଆଉ ନିଶ୍ଚିତ ମନ୍ତ୍ରୀ ପଦ ପାଇବେ । ଏହି ବିଶ୍ବାସ ମୋର ଅଛି । ଦରକାର ପଡ଼ିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜିଦି କରି ଋଷି ଭାଇଙ୍କୁ ମନ୍ତ୍ରୀ କରିବି । ଯାହାବି ହେଲେ ଋଷି ଭାଇ ଏଥର ମନ୍ତ୍ରୀ ହେବେ । ସେ ମନା କଲେ ବି ମନ୍ତ୍ରୀ ହେବେ ।" ରଜ ଉପଲକ୍ଷେ କଟକ ବିଜେଡି ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ । ଏପରିକି ଏଥର ନିର୍ବାଚନରେ ଋଷି ଭାଇ (ଦେବାଶିଷ ସାମନ୍ତରାୟ)ଙ୍କୁ ଭୋଟ ଦେଇ ଜିତାଇବା ପାଇଁ ମଧ୍ୟ ସେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ମୁନ୍ନାଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜିଦି କରି ସେ ଦେବାଶିଷଙ୍କୁ ମନ୍ତ୍ରୀ କରାଇବା ବୟାନକୁ ନେଇ ଏବେ ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

ରଜ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା କଟକ ବିଜେଡି । ଆଉ ସେଥିରେ ଯୋଗ ଦେଇଥିଲେ କଟକ ସହରର ଅନେକ ରାଜନେତା, କର୍ପୋରେଟର, ବିଜେଡି ନେତା ଏବଂ ସ୍ଥାନୀୟ ବାସିନ୍ଦା । କଟକ ମହାନଗର ନିଗମର ୩ ନମ୍ବର ୱାର୍ଡ ତଥା ଧବଳେଶ୍ବର ଗଡାରେ ରଜ ଉପଲକ୍ଷେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ ସାଂସଦ ମୁନ୍ନା ଖାନ ଏପରି ପ୍ରତିକ୍ରିୟା ଦେଇଛନ୍ତି । ପୂର୍ବତନ ବିଧାୟକ ତଥା ଦେବାଶିଷ ସାମନ୍ତରାୟଙ୍କୁ ଏଥର ସମର୍ଥନ କରିବାକୁ ଏହି କାର୍ଯ୍ୟକ୍ରମରେ ଅନୁରୋଧ କରିଛନ୍ତି ମୁନ୍ନା । ଏହି ଅବସରରେ ଦେବାଶିଷ ସାମନ୍ତରାୟ (ଋଷି)ଙ୍କ ପାଇଁ କେବଳ ଯେ ଭୋଟ ଭିକ୍ଷା କରିଛନ୍ତି, ତାହା ନୁହେଁ, ବରଂ ଋଷିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ମୁନ୍ନା । ସେ କହିଛନ୍ତି, "ଋଷି ଭାଇ ସବୁବେଳେ ମନା କରନ୍ତି ମନ୍ତ୍ରୀ ହେବାକୁ । ଏଥର ଆଉ ଛଡାଛଡି ନାହିଁ । ଏଥର ହେବାର ଅଛି ମାନେ ହେବାର ଅଛି । ଯାହା ହେବ ଦେଖାଯିବ । ନିଶ୍ଚିତ ଭାବରେ ଏଥର ଋଷି ଭାଇ ମନ୍ତ୍ରୀ ହେବେ । ଆପଣ ମାନଙ୍କ ସହଯୋଗ, ଶୁଭେଚ୍ଛା ଆଉ ଆଶୀର୍ବାଦ ଦରକାର । ବିଶେଷକରି ମାଆ ଭଉଣୀ ମାନଙ୍କ ଶୁଭେଚ୍ଛା ଋଷି ଭାଇଙ୍କ ଉପରେ ଥାଉ । ଆଶା କରିବି କଟକ ଏକ ଭାଇଚାରା ସହରରେ ସମସ୍ତେ ଭାଇଚାରା ଭାବରେ ଚାଲିବେ ଆଉ ସମସ୍ତେ ଋଷି ଭାଇ ପ୍ରତି ଆଶୀର୍ବାଦ କରିବେ ।"

ଋଷି ଭାଇଙ୍କ ସୁଖଦୁଃଖରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମୁନ୍ନା । ସେ (ଋଷି) ଜଣେ ଦିଲଦାର୍‌ ଲୋକ ଆଉ ତାଙ୍କ ପରି ବଡ଼ କଲିଜା ଥିବା ବ୍ୟକ୍ତି ଓଡ଼ିଶାରେ ଆଉ ମିଳିବେ ନାହିଁ ବୋଲି କହିବାକୁ ବି ପଛାଇ ନାହାନ୍ତି ମୁନ୍ନା । ସେ କହିଛନ୍ତି, "ଋଷି ଭାଇ ମନରେ କିଛି ନାହିଁ, ସେ ଖୋଲା ଲୋକ । ସେ କେତେବେଳେ ରାଗିଗଲେ ଟିକେ କଣ ଗୋଟିଏ ପଦ କହିଦିଅନ୍ତି । ତାଙ୍କ ମନରେ କାହାପ୍ରତି ଖରାପ ଭାବନା ରହି ନଥାଏ । ସେ ଖୋଲା ହୃଦୟର ଲୋକ । ଏଥର ଆମେ ତାଙ୍କ ସାଙ୍ଗରେ ରହିବା । ଗତଥର ଆମର ଭୁଲ ହୋଇଛି । ଆଗାମୀ ଥର ଆଉ ଯେମିତି ଭୁଲ ନହେବ ।" ସେଥିପାଇଁ ଋଷି ଭାଇଙ୍କୁ ବିଧାୟକ ଭାବରେ ନିର୍ବାଚନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁନ୍ନା । ତେବେ ମୁନ୍ନାଙ୍କ ଏପରି ବୟାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details