ଓଡିଶା

odisha

ETV Bharat / state

ମହିଳାଙ୍କୁ ଅନୁଭବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ଅଭିଯୋଗକାରିଣୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ

ସାଂସଦ ଅନୁଭବ ମହାନ୍ତି ଓ ଭାଇ ଅନୁପ୍ରାସଙ୍କ ନାଁରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମହିଳା ସାମ୍ବାଦିକାଙ୍କ ବୟାନ ରେକର୍ଡ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

By

Published : Jul 17, 2019, 12:03 AM IST

କଟକ: ସାଂସଦ ଅନୁଭବ ମହାନ୍ତି ଓ ଭାଇ ଅନୁପ୍ରାସଙ୍କ ନାଁରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଆସିପାରେ ନୂଆ ମୋଡ଼ । କଟକ ଜେଏମଏଫସି କୋର୍ଟରେ 164 ଧାରାରେ ମହିଳା ସାମ୍ବାଦିକାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ସମୟରେ ପୁରୀଘାଟ ଥାନା ଅଧିକାରୀ ଏବଂ ତଦନ୍ତକାରୀ ଅଫିସର ଉପସ୍ଥିତ ଥିଲେ ।

ଉକ୍ତ ମାମଲାରେ କଟକ ଡିସିପିଙ୍କ କହିବାନୁଯାୟୀ, ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି ଅଭିଯୋଗକାରିଣୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଘଟଣାର ତଦନ୍ତ ଚାଲିଥିବାବେଳେ ଖୁବ କମ ଦିନ ମଧ୍ୟରେ ଘଟଣାର ପ୍ରକୃତ ସତ୍ୟତା ଜଣାପଡିବ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସୂଚନାନୁସାରେ, କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ ମହିଳା ସାମ୍ବାଦିକାଙ୍କୁ କମେଣ୍ଟ ମାରୁଥିବା ନେଇ ଗତ ଜୁନ ୧୨ ତାରିଖରେ ରାତିରେ ସେ ଅନୁଭବଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ମହିଳା ସାମ୍ବାଦିକ ଜଣକ ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details