ଓଡିଶା

odisha

ETV Bharat / state

ଓଡିଶାରେ ଘର ଆନ୍ଧ୍ରରେ ଠକେଇ: 3ଙ୍କୁ ଉଠାଇ ନେଲା ଆନ୍ଧ୍ର ପୋଲିସ

ନିଯୁକ୍ତି ନାମରେ ଲକ୍ଷାଧିକ ଟଙ୍କା ଠକେଇ । ସରକାରୀ ଚାକିରି ଦେବା ବାହାନାରେ ଲୁଟି ଥିଲେ ଲକ୍ଷ ଲକ୍ଷ ଟଙ୍କା । ଏହାର ଶିକାର ହେଉଥିଲେ ସାଧାରଣ ଯୁବକ। ତେବେ ଏହି ଘଟଣାରେ ଓଡିଶାର 3 ଠକଙ୍କୁ ଗିରଫ କରିଛି ବିଜୟନଗରମ ପୋଲିସ ।

By

Published : Aug 7, 2019, 10:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ


କଟକ: ସରକାରୀ ଚାକିରି ଦେବା ବାହାନାରେ ଯୁବକଙ୍କୁ ଠକେଇ । ଠକେଇର ଶିକାର ହେଉଥିଲେ ଆନ୍ଧ୍ର ଯୁବକ । ଆଉ ଠକେଇ ଗ୍ୟାଙ୍ଗ ପଛରେ ରହିଥିଲେ ଓଡିଶାର ଯୁବକ । ଏହି ଠକେଇ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି ବିଜୟନଗରମ ପୋଲିସ । ଏନେଇ ସୂଚନା ଦେଇଛନ୍ତି ନେମାଳ ଥାନା ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗିରଫ ଯୁବକ ମାନେ ହେଲେ ଭୁବନେଶ୍ବରର ଶୁଦ୍ଧେନ୍ଦୁ ମହାପାତ୍ର, ସନ୍ତୋଷ ବିଶ୍ବାଳ ଓ କଟକର ଶୁଭମ ସିଂ । ଏମାନେ ଆନ୍ଧ୍ର ଯୁବକଙ୍କ ସହ ମିଶି ଚାକିରିର ପ୍ରଲୋଭନ ଦେଖାଇ ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏନେଇ ଅଭିଯୋଗ ହେବା ପରେ ବିଜୟନଗରମ ପୋଲିସ ଓଡିଶାର 3 ଯୁବକଙ୍କ ସହ ଆନ୍ଧ୍ରର 3 ଯୁବକଙ୍କୁ ଗିରଫ କରିଛି । ସେପଟେ ଶୁଭମ ସିଂଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣା ଜଣାପଡିବା ପରେ ନେମାଳ ପୋଲିସ ସ୍ପଷ୍ଟ କରିଛି ଅପହରଣ ନୁହେଁ ବଂର ସେମାନଙ୍କୁ ଗିରଫ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details