କଟକ: ପାଖେଇ ଆସୁଛି ଡିସେମ୍ବର 22 ବାରବାଟୀ ଦିନିକିଆ। ଯାହା ପାଇଁ ବାରବାଟୀ ଷ୍ଟାଡିଅମ ପ୍ରସ୍ତୁତି କାମକୁ ତ୍ବରାନ୍ବିତ କରିଛି ଓସିଏ । ବର୍ତ୍ତମାନ ସୁଦ୍ଧା ଷ୍ଟାଡିଅମର ମୁଖ୍ୟ ଦିଗ ସବୁ ସଜଡ଼ା ସରିଲାଣି । ଫ୍ଲଡ଼ ଲାଇଟ, ଗ୍ୟାଲେରୀ, କମେଣ୍ଟ୍ରି ବକ୍ସ, ଭିଭିଆଇପି ବକ୍ସର କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି।
17 ତାରିଖରୁ ନୂଆ ରୂପରେ ବାରବାଟୀ - ବାଟବାଟୀର ନୂଆ ରୂପ
ନୂଆ ରୂପରେ ନଜର ଆସିବ ବାରବାଟୀ ଷ୍ଟାଡିୟମ । 17 ତାରିଖ ସୁଦ୍ଧା ସରିବ ସମସ୍ତ କାମ। ଏନେଇ ସୂଚନା ଦେଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅଧିକ ପଢ଼ନ୍ତୁ...
ନୂଆ ରୂପରେ ବାରବାଟୀ
ଏହାଛଡା ପ୍ରେସ ଗ୍ୟାଲେରୀରେ ଭାଙ୍ଗିଥିବା କାଚକୁ ପୁନଃ ନିର୍ମାଣ କରାଯାଉଛି। ଫନି ପ୍ରଭାବରେ ଷ୍ଟାଡିଅମର ସ୍ଥିତି ଯାହା ହୋଇଥିଲା ତାହା ସଜାଡ଼ିବା ପାଇଁ ପାଖାପାଖି 6 ମାସ ସମୟ ଲାଗିଥାନ୍ତା । ହେଲେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ରହିଥିବାରୁ ଏହି କାମକୁ ଖୁବ କମ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲା ଓସିଏ। 15 ତାରିଖରୁ 17 ତାରିଖ ମଧ୍ୟରେ ସବୁ କାମ ସମାପ୍ତ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Mar 5, 2020, 5:58 PM IST