ଓଡିଶା

odisha

ETV Bharat / state

ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ, ଆନ୍ଦୋଳନ ପ୍ରତ୍ୟାହାର କଲେ ଅନେକ ବାର

ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଅନେକ ବାର । ଏନେଇ ରାଜ୍ୟ ଆଇନଜୀବୀ ପରିଷଦଙ୍କୁ ଲିଖିତ ଆକାରରେ ଅବଗତ କରାଇଥିବା ରାଜ୍ୟ ଆଇନଜୀବୀ ପରିଷଦ ସଚିବ କହିଛନ୍ତି । ସେପଟେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ ବୋଲି କହିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଅଧିକ ପଢନ୍ତୁ

By

Published : Nov 15, 2022, 7:58 PM IST

ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ, ଆନ୍ଦୋଳନ ପ୍ରତ୍ୟାହାର କଲେ ଅନେକ ବାର
ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ, ଆନ୍ଦୋଳନ ପ୍ରତ୍ୟାହାର କଲେ ଅନେକ ବାର

କଟକ:ବାର କାଉନସିଲ ଅଫ ଇଣ୍ଡିଆ (Bar Council of India)ର କଡା ନୋଟିସ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ରାଜ୍ୟର ଅନେକ ବାର ଆସୋସିଏସନ । ଏନେଇ ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର ଓ ପାଲହଡା ବାର ଆସୋସିଏସନକୁ ନୋଟିସ କରାଯାଇଥିଲା । ଏଥି ମଧ୍ୟରୁ ବଡମ୍ବା, ଟାଙ୍ଗି, ତାଳଚେର ଓ ପାଲହଡା ବାର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଏନେଇ ରାଜ୍ୟ ଆଇନଜୀବୀ ପରିଷଦଙ୍କୁ ଲିଖିତ ଆକାରରେ ଅବଗତ କରାଇଥିବା ରାଜ୍ୟ ଆଇନଜୀବୀ ପରିଷଦ ସଚିବ କହିଛନ୍ତି । ବାର କାଉନସିଲ ଅଫ ଇଣ୍ଡିଆର ନୋଟିସ ଆସିବା ପରେ ଉକ୍ତ ବାର ଆସୋସିଏସନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲା ରାଜ୍ୟ ଆଇନଜୀବୀ ପରିଷଦ । ତେବେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ବାର କାଉନସିଲ ଅଫ ଇଣ୍ଡିଆର କଡା ନୋଟିସ, ଆନ୍ଦୋଳନ ପ୍ରତ୍ୟାହାର କଲେ ଅନେକ ବାର

ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଥିବା ଜିଲ୍ଲା ଓକିଲ ସଂଘକୁ, ବାର ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କଡା ନୋଟିସ ଦିଆଯାଇଥିଲା । ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗଦେବା ସହ କୋର୍ଟକାର୍ଯ୍ୟ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ରହିଛି । ବାର ଆସୋସିଏସନ ଅଫ ଇଣ୍ଡିଆ ଓଡି଼ଶା ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ ଆସିଛି । ନୋଟିସରେ ଏହା ଉଲ୍ଲେଖ ରହିଛି ଯେ, କୋର୍ଟ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ ଆନ୍ଦୋଳନ କରୁଥିବା କିମ୍ବା କୋର୍ଟ କାର୍ଯ୍ୟ ବଏକଟ କରିଥିବା ଜିଲ୍ଲା ଓକିଲ ସଂଘର ସଦସ୍ୟ ତୁରନ୍ତ ଏଥିରୁ ନିବୃତ ହୋଇ କାର୍ଯ୍ୟରେ ଯୋଗଦିଅନ୍ତୁ । ନଚେତ୍‌ ବାଧ୍ୟହୋଇ ଉକ୍ତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରିବାକୁ କାଉନସିଲ ବାଧ୍ୟ ହେବ ।

ଏହା ବି ପଢନ୍ତୁ- ଓକିଲଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ, ନଚେତ୍‌ ଲାଇସେନ୍ସ ବାତିଲ

ନୋଟିସରେ ଉଲ୍ଲେଖ ରହିଛି ଯେ, ବିଭିନ୍ନ କାରଣରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ, କଟକ ଜିଲ୍ଲାର ବଡମ୍ବା ଓକିଲ ସଂଘ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବାର ଆସୋସିଏସନ, ଅନୁଗୋଳର ତାଳଚେର ବାର୍‌ ଆସୋସିଏସନ ଓ ପାଲଲହଡା ବାର୍‌ ଆସୋସିଏସନର ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହର କରାଯାଉ । ଏଥିସହ ଟାଙ୍ଗି ଓକିଲ ସଂଘର ସଭାପତି ନକୁଳ କୁମାର ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସଂଘର ଜଣେ ସଦସ୍ୟ ଟାଙ୍ଗିରେ କାର୍ଯ୍ୟରତ ମହିଳା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିବା ଓ ଧମକ ଦେବାର ଅଭିଯୋଗ ରହିଛି । ଏହି କାର୍ଯ୍ୟ ପାଇଁ କାହିଁକି ତାଙ୍କର ଲାଇସେନ୍ସ ରଦ୍ଦ କରାନଯିବ ବୋଲି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଏହା ମଧ୍ୟ ପଢନ୍ତୁ:ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ: ସମ୍ବଲପୁର ଜିଲ୍ଲା ଓକିଲ ସଂଘ

ସେପଟେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ ବୋଲି କହିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ଯେ ଓକିଲଙ୍କ ଆନ୍ଦୋଳନ ଅଟକିବ ନାହିଁ । ଆନ୍ଦୋଳନ ପୂର୍ବ ପରି ଜାରି ରହିବ (lawyers association threaten to continue protest) । କୌଣସି ଜଣେ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବା ତାଙ୍କର ଲାଇସେନ୍ସ ରଦ୍ଦ ହେଲେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ 1600 ଓକିଲ ନିଜର ଲାଇସେନ୍ସ (ସରେଣ୍ଡର) surrender କରିବେ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details