ଓଡିଶା

odisha

ETV Bharat / state

ଓକିଲଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ, ନଚେତ୍‌ ଲାଇସେନ୍ସ ବାତିଲ

ବିଭିନ୍ନ କାରଣରୁ ଆନ୍ଦୋଳନ କରୁଥିବା ଓକିଲଙ୍କୁ ବାର୍‌ ଆସୋସିଏସନ ଅଫ ଇଣ୍ଡିଆର ନିର୍ଦ୍ଦେଶ । ତୁରନ୍ତ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗ ଦିଅ, ନଚେତ୍‌ ରଦ୍ଦ ହୋଇପାରେ ଲାଇସେନ୍ସ । ଅଧିକ ପଢ଼ନ୍ତୁ

By

Published : Nov 15, 2022, 11:48 AM IST

Updated : Nov 15, 2022, 12:40 PM IST

bar council of india order to bar association for withdrawal protest
ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ, ଲାଇସେନ୍ସ ବାତିଲ ଚେତାବନୀ

କଟକ: ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲଥିବା ଜିଲ୍ଲା ଓକିଲ ସଂଘକୁ, ବାର୍‌ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କଡା ନୋଟିସ୍‌ । ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗଦେବା ସହ କୋର୍ଟକାର୍ଯ୍ୟ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ରହିଛି । ବାର୍‌ ଆସୋସିଏସନ ଅଫ ଇଣ୍ଡିଆ ଓଡିଶା ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ ଆସିଛି । ନୋଟିସରେ ଏହା ଉଲ୍ଲେଖ ରହିଛି ଯେ, କୋର୍ଟ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ ଆନ୍ଦୋଳନ କରୁଥିବା କିମ୍ବା କୋର୍ଟ କାର୍ଯ୍ୟ ବଏକଟ କରିଥିବା ଜିଲ୍ଲା ଓକିଲ ସଂଘର ସଦସ୍ୟ ତୁରନ୍ତ ଏଥିରୁ ନିବୃତ ହୋଇ କାର୍ଯ୍ୟରେ ଯୋଗଦିଅନ୍ତୁ । ନଚେତ୍‌ ବାଧ୍ୟହୋଇ ଉକ୍ତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରିବାକୁ କାଉନସିଲ(Bar council of India) ବାଧ୍ୟ ହେବ ।

ଓକିଲଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ନୋଟିସରେ ଉଲ୍ଲେଖ ରହିଛି ଯେ, ବିଭିନ୍ନ କାରଣରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ, କଟକ ଜିଲ୍ଲାର ବଡମ୍ବା ଓକିଲ ସଂଘ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବାର୍‌ ଆସୋସିଏସନ, ଅନୁଗୋଳର ତାଳଚେର ବାର୍‌ ଆସୋସିଏସନ ଓ ପାଲଲହଡା ବାର୍‌ ଆସୋସିଏସନର ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହର କରାଯାଉ । ଏଥିସହ ଟାଙ୍ଗି ଓକିଲ ସଂଘର ସଭାପତି ନକୁଳ କୁମାର ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:ହାଇକୋର୍ଟରେ ASO ପରୀକ୍ଷା ମାମଲା, ସାନି ମେରିଟ ଲିଷ୍ଟ ପ୍ରକାଶ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ସଂଘର ଜଣେ ସଦସ୍ୟ ଟାଙ୍ଗିରେ କାର୍ଯ୍ୟରତ ମହିଳା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିବା ଓ ଧମକ ଦେବାର ଅଭିଯୋଗ ରହିଛି । ଏହି କାର୍ଯ୍ୟ ପାଇଁ କାହିଁକି ତାଙ୍କର ଲାଇସେନ୍ସ ରଦ୍ଦ କରାନଯିବ ବୋଲି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଇଟିଭି ଭାରତ, କଟକ

Last Updated : Nov 15, 2022, 12:40 PM IST

ABOUT THE AUTHOR

...view details