କଟକ:ଫେବୃଆରୀ ୧୪ ତାରିଖରେ ସାରା ବିଶ୍ବରେ ପାଳିତ ହୁଏ ଭାଲେଣ୍ଟାଇନ୍ସ ଡେ' । ପରସ୍ପର ପ୍ରତି ନିଜର ପ୍ରେମ ଭାବନାକୁ ଜାହିର କରିବା ଲାଗି ପ୍ରେମୀ ଯୁଗଳମାନେ ଏହି ଦିବସ ପାଳନ କରନ୍ତି । ହେଲେ କଟକରେ ଭାଲେଣ୍ଟାନ ଡେ'କୁ ପଣ୍ଡ କରିଛି ବଜରଙ୍ଗ ଦଳ । ଏହି ଦିବସକୁ ବିରୋଧ କରିବା ସହିତ ନାରାବାଜି କରିଛି । ବର୍ତ୍ତମାନ ସମୟରେ ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ'ର ଅର୍ଥ କେବଳ ନଗ୍ନତା ବୋଲି କହିଛି ବଜରଙ୍ଗ ଦଳ । ଏହାସହିତ ପାର୍କରେ ବସିଥିବା ପ୍ରେମୀଯୁଗଳମାନଙ୍କୁ ତଡ଼ିଥିବା ଦେଖିବାକୁ ମିଳିଛି ।
ବଜରଙ୍ଗ ଦଳର କହିବାନୁସାରେ ଆଜିର ଯୁବପିଢୀ ପାଶ୍ଚାତ୍ୟ ପରମ୍ପରାକୁ ବେଶ ଆପଣାଇବାରେ ଲାଗିଛନ୍ତି । ଏଥିରେ ଏକପ୍ରକାର ନିମଗ୍ନ ହୋଇପଡ଼ିଛନ୍ତି । ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଏହି ଦିଗରେ ବେଶ ଆଗରେ । ପାର୍କ ହେଉ କି ନିକାଞ୍ଚନ ସ୍ଥାନ ସେଇଠି ଆଜିର ଦିବସକୁ ଖୁବ ଆନନ୍ଦର ସହ ପାଳନ କରିବା ନେଇ ଯୋଜନା ରଖିଥାନ୍ତି ଆଜିର ଯୁବ ସମାଜ । ଯାହା ଭାରତୀୟ ପରମ୍ପରା ବିରୋଧ । ଇତିହାସରେ ଅନେକ ଶାଶ୍ବତ ପ୍ରେମର ଉଦାହରଣ ରହିଛି । ଯେଉଁଟି ଏପରି ନଗ୍ନତାର ଆଚରଣ ଦୃଷ୍ଟିଗୋଚର ହୁଏନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ପାର୍କ, ପଡିଆ, ନିକାଞ୍ଚନ ସ୍ଥାନମାନଙ୍କରେ ଏହି ପ୍ରେମୀ ଯୁଗଳମାନେ ଏପରି ଆଚରଣ କରୁଛନ୍ତି ।
ଏହା ବି ପଢନ୍ତୁ- ବିଜେଡି ବିଜେପିର ଆନ୍ଦୋଳନ, ଟ୍ରାଫିକ ଜାମରେ ପେସି ହେଲ ରାଜଧାନୀବାସୀ