ଓଡିଶା

odisha

ETV Bharat / state

ଟ୍ରକ ଡ୍ରାଇଭରକୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା !

କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଗ୍ରାମ ନିକଟରେ ଲୁଟ ଅଭିଯୋଗ ହୋଇଛି। ଏକ କାର୍ଟୁନ ବୋଝେଇ ୪୦୭ ଟ୍ରକକୁ ଅଟକାଇ ଦୁର୍ବୃତ୍ତ ମାନେ ଲୁଟ କରିଛନ୍ତି । ୪ ଦୁବୃର୍ତ୍ତ ଟ୍ରକ ଡ୍ରାଇଭରକୁ ଗାଳିଗୁଲଜ କରିବା ସହିତ ଗୋଡ ଓ ହାତକୁ ହାଣି ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ..

attack-and-loot-from-a-truck-driver
attack-and-loot-from-a-truck-driver

By

Published : Jun 25, 2020, 9:00 PM IST

କଟକ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଗ୍ରାମ ନିକଟରେ ଲୁଟ ଅଭିଯୋଗ ହୋଇଛି। ଏକ କାର୍ଟୁନ ବୋଝେଇ ୪୦୭ ଟ୍ରକକୁ ଅଟକାଇ ଦୁର୍ବୃତ୍ତ ମାନେ ଲୁଟ କରିଥିବା ଅଭିଯୋଗ ହୋଇଛି। ୪ ଦୁବୃର୍ତ୍ତ ଟ୍ରକ ଡ୍ରାଇଭରକୁ ଗାଳିଗୁଲଜ କରିବା ସହିତ ଗୋଡ ଓ ହାତକୁ ହାଣି ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଅଭିଯୋଗ ହୋଇଛି।

ଟ୍ରକ ଡ୍ରାଇଭରକୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା !

ସୂଚନା ଅନୁଯାୟୀ ବଡମ୍ବା ଅଞ୍ଚଳର ଆକୁଳ ପଲେଇ ବଡମ୍ବାରୁ କାର୍ଟୁନ ବୋଝେଇ କରି କଟକ ଯାଉଥିବା ସମୟରେ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ଗ୍ରାମ ନିକଟରେ ଦୁଇଟି କଳା ପଲସର ଗାଡିରେ ୪ ଜଣ ଦୁବୃର୍ତ୍ତ ଆସି ଗାଡିକୁ ଅଟକାଇବା ସହିତ ଡ୍ରାଇଭର ଓ ହେଲପରକୁ ଗାଳିଗୁଲଜ କରିଥିଲେ । ପରେ ଡ୍ରାଇଭରକୁ ହାଣି ଡ୍ରାଇଭର ନିକଟରୁ ୪ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇ ଯାଇଛନ୍ତି।

ଡ୍ରାଇଭରର ବାମ ହାତ ଓ ବାମ ଗୋଡ କୁ ଦୁବୃର୍ତ୍ତ ମାନେ ହାଣି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଖବର ପାଇ ଗୁରୁଡିଝାଟିଆ ପୋଲିସ ଓ ଧବଳେଶ୍ବର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଅନ୍ୟପଟେ ଗୁରୁତର ଡ୍ରାଇଭରକୁ ପୋଲିସ ପଚରା ଉଚରା ଜାରି ରଖିଛି। ତେବେ ଏଭଳି ଘଟଣା ଉକ୍ତ ଅଞ୍ଚଳରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଅପରାଧି ମାନଙ୍କୁ ଧରିବାରେ ବିଫଳ। ତେବେ ଉକ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details