ଓଡିଶା

odisha

ETV Bharat / state

'370 ଓ 35(ଏ) ଉଚ୍ଛେଦ ଜମ୍ମୁ-କାଶ୍ମୀରର ବିକାଶ କରିବ'

ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ମାତ୍ର 13 ଦିନ ମଧ୍ୟରେ ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଜମ୍ମୁ କାଶ୍ମୀରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 18, 2019, 4:06 PM IST

କଟକ: ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ମାତ୍ର 13 ଦିନ ମଧ୍ୟରେ କାଶ୍ମୀରବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେ ଏହା ମଧ୍ୟ କହିଛନ୍ତି, ଜମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ କୌଣସି ଅଧିପ୍ରାପ୍ତ ବିସ୍ତାର ପାଇଁ ନୁହେଁ ବରଂ ବିକାଶର ଦିଗକୁ ଉନ୍ମୁକ୍ତ କରିବା । କାରଣ ଜମ୍ମୁ-କାଶ୍ମୀରର ପୂର୍ବ ସ୍ଥିତି ଯାହା ଥିଲା ତାହା ଗୋଟିଏ ଅର୍ଥରେ ବୁଝାଇ କହିଲେ ପରାଧୀନତାକୁ ବୁଝାଏ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଐତିହାସିକ ପଦକ୍ଷେପ ସମ୍ପର୍କରେ ପୂର୍ବରୁ କେହି କେବେ ଚିନ୍ତା ମଧ୍ୟ କରିନଥିଲେ ।

ନ୍ୟାୟ, ପାଠ୍ୟକ୍ରମ, ସ୍ବାସ୍ଥ୍ୟ ଦିଗରେ ସେଠାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବ । ଯାହା କାଶ୍ମୀରବାସୀଙ୍କୁ ବେଶ ସୁହାଇବ । ଏଥିସହିତ ପ୍ରତ୍ୟେକ ଦିଗରୁ ଅବହେଳିତ ଅବସ୍ଥା ମଧ୍ୟ ଦୂର ହେବ । ବିଶେଷ କରି ଅର୍ଥନୀତି ସୁଦୃଢ ହେବ ଓ ନିଯୁକ୍ତିର ସମ୍ପ୍ରସାରଣ ହେବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details