ଓଡିଶା

odisha

By

Published : Aug 2, 2023, 3:32 PM IST

ETV Bharat / state

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ, କିନ୍ତୁ ଜେଲ୍‌ରୁ ହେବେନି ମୁକ୍ତ

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । 3 ମାମଲାରୁ 2 ଟି ରେ ମିଳିସାରିଲାଣି ଜାମିନ । ତୃତୀୟ ମାମଲାରେ ରହିବେ ଜେଲରେ । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ, କିନ୍ତୁ ଜେଲରୁ ହେବେନି ମୁକ୍ତ
ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ, କିନ୍ତୁ ଜେଲରୁ ହେବେନି ମୁକ୍ତ

କଟକ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା, ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ସହର ଛାଡ଼ି ବାହାରକୁ ନଯିବା ପାଇଁ କୋର୍ଟ ଜାମିନ ନିର୍ଦ୍ଦେଶରେ ସର୍ତ୍ତ ରଖିଛନ୍ତି । ହେଲେ ତାଙ୍କ ନାମରେ ଅନ୍ୟ ଏକ ମାମଲା ଥିବାରୁ ସେ ଜେଲ୍‌ରୁ ମୁକ୍ତ ହେବେ ନାହିଁ ।

ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା । ପୂର୍ବରୁ ନୟାପଲ୍ଲୀ ଥାନାରେ ଥିବା ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ । ବର୍ତ୍ତମାନ ଉଭୟ ସ୍ବାମୀ ଓ ସ୍ତ୍ରୀ ଜେଲରେ ରହିବେ । ଆର୍ଥିକ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ହୋଇଥିବା ମାମଲାରେ ଉଭୟ ଏବେ ଜେଲରେ ରହିବେ ।

ବ୍ଲାକମେଲ ଜରିଆରେ ଅର୍ଥ ଉପାର୍ଜନ କରି ମନିଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ PMLA ଆକ୍ଟରେ ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାରେ ସେ ଜେଲରେ ରହିଛନ୍ତି । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ କୋର୍ଟ ରଖିଥିଲେ । ପୂର୍ବରୁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ ମଧ୍ୟ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଉଭୟ ଦମ୍ପତିଙ୍କ ନାଁର ମୋଟ 3ଟି ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦୁଇଟି ମାମଲାରେ ଜାମିନ ମିଳିସାରିଥିଲେ ସୁଦ୍ଧା ମନିଲଣ୍ଡରିଂ ମାମଲାରେ ଉଭୟ ଏବେ ଜେଲ୍‌ରେ ରହିବେ ।
ଏହା ମଧ୍ୟ ପଢନ୍ତୁ:-ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, ଆଜିବି କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ଜେରା କରିବା ପରେ ଅର୍ଚ୍ଚନାଙ୍କ ଲିଙ୍କରେ କିଛି ଚର୍ଚ୍ଚିତ ବ୍ୟକ୍ତିବିଶେଷ ଥିବା ନେଇ ମଧ୍ୟ ଇଡି ସୁରାକ ପାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇ ଜେରା କରିସାରିଛି ଇଡି ।

ଅର୍ଚ୍ଚନା ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା 2ଟି ମାମଲାରେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ଗତବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଗିରଫ ହେବା ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଖଣ୍ଡଗିରି ଥାନା କେସ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇ ଝାରପଡ଼ା ଏବେ ଜେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details