ଓଡିଶା

odisha

ETV Bharat / state

ହତ୍ୟା ଧମକର ପ୍ରତିକ୍ରିୟା ରଖିଲେ ଅନୁଭବ ମହାନ୍ତି

ଜୋର ଧରିଛି କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ପ୍ରସଙ୍ଗ । ଏନେଇ କଟକ ପୁରୀଘାଟ ଥାନାରେ ମାମଲା ରୁଜୁ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 30, 2019, 10:43 PM IST

କଟକ: ଜୋର ଧରିଛି କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ପ୍ରସଙ୍ଗ । ଏନେଇ କଟକ ପୁରୀଘାଟ ଥାନାରେ ମାମଲା ରୁଜୁ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଅନୁଭବଙ୍କ କହିବା ଅନୁଯାୟୀ ପୋଲିସ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଏବଂ ପ୍ରଶଂସକଙ୍କ ଥିବା ଯାଏଁ ତାଙ୍କର କୌଣସି ଅସୁବିଧା ହେବ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନୁଭବଙ୍କ କହିବା ଅନୁଯାୟୀ ସୋମବାର ରାତିରେ ନିର୍ବାଚନୀ କାମ ସାରି ଘରକୁ ଫେରିବା ସମୟରେ ରାତି ପ୍ରାୟ 9ଟା ବେଳେ ଏହି ମେସେଜ ଆସିଥିଲା । ପୂର୍ବରୁ ମଧ୍ୟ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଥିବାରୁ ଏହାକୁ ପ୍ରଥମେ ଗୁରୁତ୍ବ ଦେଇ ନଥିଲେ ଅନୁଭବ । ହେଲେ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନୀ ମାହୋଲକୁ ନେଇ ଏସମ୍ପର୍କରେ ପୋଲିସକୁ ଖବର କରିବା ପାଇଁ ପରାମର୍ଶ ଦେଇଥିଲେ ପରିବାର ଲୋକେ ।

ତେବେ ଏହା ହୁଏତ କେହି ମଜାରେ କରିଥାଏ ପାରେ ବୋଲି କହିଛନ୍ତି ଅନୁଭବ । କିନ୍ତୁ ଯଦି କେହି ଏହା ଉଦ୍ଦେଶ୍ୟମୂଳକ ଭାବେ କରିଥାଏ ତେବେ ପୋଲିସ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ପୋଲିସ ଏଦିଗରେ ପଦକ୍ଷେପ ନେଇ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହ ଅନୁଭବଙ୍କୁ ସୁରକ୍ଷା ଯୋଗାଇଥିବା ପ୍ରକାଶ କରିଛନ୍ତି ଅନୁଭବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details