ଓଡିଶା

odisha

ETV Bharat / state

ପୌର ନିର୍ବାଚନରେ ମହିଳାଙ୍କ ରହିବ ଗୁରୁ ଦାୟୀତ୍ୱ: ମହମ୍ମଦ ମୋକିମ - କଂଗ୍ରେସ

ପୌର ନିର୍ବାଚନରେ ମହିଳା ଗୁରୁଦାୟୀତ୍ୱ ବହନ କରିବା ନେଇ ସ୍ପଷ୍ଟ କରିଛନ୍ତି ନଗର କଂଗ୍ରେସ ସଭାପତି ତଥା କଟକ-ବାରଵାଟି ବିଧାୟକ ମହମ୍ମଦ ମୋକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

By

Published : Jul 27, 2019, 8:34 PM IST

କଟକ: ପାଖେଇ ଆସିଲାଣି ପୌର ନିର୍ବାଚନ । ଏନେଇ ପ୍ରମୁଖ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଯେଉଁଥିରୁ ବାଦ ପଡିନାହିଁ କଂଗ୍ରେସ । ପୌର ନିର୍ବାଚନରେ ମହିଳା ଗୁରୁଦାୟୀତ୍ୱ ବହନ କରିବା ନେଇ ସ୍ପଷ୍ଟ କରିଛନ୍ତି ନଗର କଂଗ୍ରେସ ସଭାପତି ତଥା କଟକ-ବାରଵାଟି ବିଧାୟକ ମହମ୍ମଦ ମୋକିମ ।

ମଇଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ମଧ୍ୟ ପ୍ରସ୍ତୁତ କରିଛି ନିର୍ବାଚନୀ ରଣନୀତି । କଟକ ବାରଵାଟି ନିର୍ବାଚନ ମଣ୍ଡଳୀରେ ବୃହତ ବିଜୟ ପରେ ଏବେ ପୌର ନିର୍ବାଚନକୁ ନିଜ ମୁଠାରେ କରିବା ପାଇଁ ଅଙ୍କକଷା ଆରମ୍ଭ କରିଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆସନ୍ତା ପୌର ନିର୍ବାଚନରେ କଂଗ୍ରେସ ପକ୍ଷରୁ ମହିଳା କର୍ମୀ ଗୁରୁଦାୟୀତ୍ୱ ବହନ କରିବା ନେଇ ସ୍ପଷ୍ଟ କରିଛନ୍ତି ବାରଵାଟି ବିଧାୟକ ମହମ୍ମଦ ମୋକିମ । ସମୁଦାୟ 59ଟି ୱାର୍ଡରେ କଂଗ୍ରେସର ଦବଦବା ରହିବ ବୋଲି ମୋକିମ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କଂଗ୍ରେସର ଏହି ରଣକୌଶଳ କେତେଦୂର ସଫଳ ହେଉଛି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details