କଟକ: 108 ଆମ୍ବୁଲାନ୍ସ ସେବାକୁ ଆଜି(ଶୁକ୍ରବାର) ପୁରିଛି 8 ବର୍ଷ। 2013 ମସିହା ମାର୍ଚ୍ଚ 5 ତାରିଖରେ ଏହି ସେବା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 223 ଟି ଆମ୍ବୁଲାନ୍ସ ରାଜ୍ୟରେ ସେବା ପ୍ରଦାନ କରୁଥିବାବେଳେ ପରମୂହର୍ତ୍ତରେ ଏହା 11,00 ରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ ଏବେ ରାଜ୍ୟରେ ଗଡୁଛି ।
ଏଯାବତ 64 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ସେବା ପାଉଛନ୍ତି। ତେବେ ଆଗମୀ ଦିନରେ ଏହି ସେବାକୁ ଆହୁରି ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି 108 ଆମ୍ବୁଲାନ୍ସର ପରିଚାଳନା କମିଟି ଜିଗିତ୍ସା ହେଲଥ କେୟାର ।