ଓଡିଶା

odisha

ETV Bharat / state

ଆତଙ୍କୀ ଲିଙ୍କରେ କଟକର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଆସନ୍ତା ୧୪ରେ ଦଣ୍ଡବିଧାନ କରାଯିବ । ଅଧିକ ପଢନ୍ତୁ

କଟକର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ
କଟକର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

By

Published : Feb 12, 2023, 7:42 AM IST

କଟକ: କଟକ ଜଗତପୁର ନିକଟସ୍ଥ ପଶ୍ଚିମକଛ ଗାଁରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ରେହମାନକୁ ଆତଙ୍କବାଦୀ ଲିଙ୍କରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଆସନ୍ତା ୧୪ ତାରିଖରେ ଦୋଷୀ ସାବ୍ୟସ୍ତ ଅବଦୁଲ ରେହମାନର ଦଣ୍ଡ ଘୋଷଣା କରାଯିବ । ରେହମାନ ନାଁରେ ଦେଶଦ୍ରୋହ ନେଇ ଅନେକ ଅଭିଯୋଗ ରହିଥିଲା ।

ଅବଦୁର ରେହମାନ ଭାରତରୁ ଏକାଧିକ ଥର ଲୁଚି କରି ପାକିସ୍ତାନ ଗସ୍ତ କରିଥିଲା । ଏମିତିକି ସେଠାରେ ଥିବା ଉଗ୍ରବାଦୀ ସଂଗଠନ ଅଲକାଏଦା ଆତଙ୍କବାଦୀ ସଂଗଠନ ସହ ମିଶି ଟ୍ରେନିଂ ନେଇଥିବା ଜଣାପଡ଼ିଥିଲା । ରେହମାନକୁ ଜାତୀୟ ତଦନ୍ତକାରୀ ସଂସ୍ଥା NIA କମିସନରେଟ୍‌ ପୋଲିସ ସହାୟତାରେ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା । ଏହି ମାମଲାରେ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମି ମୋଟ୍ ୪ ଜଣଙ୍କୁ ଗିରଫ କରିଥିଲା NIA । ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ସୃଷ୍ଟି କରିବା ଭଳି ଭାଷଣ ଦେବା ଆଦିର ପ୍ରମାଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିଲା ।

NIA ରେହମାନକୁ ରିମାଣ୍ଡରେ ନେଇ ମାମଲାର ଟିକିନିଖି ତଦନ୍ତ କରିଥିଲା । ଅବଦୁର ବିରୋଧରେ ଓଡି଼ଶା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା । ବେଆଇନ କାର୍ଯ୍ୟକଳାପ (ପ୍ରିଭେନସନ୍‌) ଆକ୍ଟ, ୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-ଏରେ ରେହମାନ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍‌ କରାଯାଇଥିଲା । ଗତ କିଛି ମାସ ହେବ ସେ କୋର୍ଟଙ୍କ ଅନୁମତିକ୍ରମେ ଚୌଦ୍ୱାର ଜେଲରେ ରହି ଆସୁଥିଲା ।

ଏହାମଧ୍ୟ ପଢନ୍ତୁ: ରାଜ୍ୟର ଶିଳ୍ପକ୍ଷେତ୍ରକୁ ଗୁରୁତ୍ବ, ଓଡ଼ିଶାକୁ ଉତ୍ପାଦନ ହବ୍ କରିବାକୁ ହେବ କହିଲେ ବିଭାଗୀୟ ମନ୍ତ୍ରୀ

୨୦୨୦ରେ ନିଜ ମାଆର ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲରୁ ପଶ୍ଚିମକଚ୍ଚ ଗାଁକୁ ଆସିଥିଲା ରେହମାନ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୁରକ୍ଷା ଭିତରେ ତାକୁ ନିଜ ପୈତୃକ ଘରକୁ ଅଣାଯାଇଥିଲା । ପଟିଆଲା ହାଉସ କୋର୍ଟ ରେହମାନ ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ମଙ୍ଗଳବାର କୋର୍ଟ ରେହମାନକୁ କ'ଣ ଦଣ୍ଡ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details