ଓଡିଶା

odisha

ETV Bharat / state

‘ଫନି’ ଇଫେକ୍ଟ: ବନ୍ଦ ପଡିଛି ଆହାର କେନ୍ଦ୍ର, ଖାଦ୍ୟ ପାଇଁ ଛଟପଟ ବାଟୋଇ

ଫନି ପରେ କଟକର ସମସ୍ତ ଆହାର କେନ୍ଦ୍ରରେ ଅଚଳାବସ୍ଥା । ଫଳରେ ଦୈନିକ ହଜାର ହଜାର ବାଟୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

By

Published : May 11, 2019, 5:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ‘ଫନି’ ପର ଠାରୁ ବନ୍ଦ ହୋଇ ପଡିଛି ସହରର ସବୁ ଆହାର କେନ୍ଦ୍ର। ଫଳରେ ଦୈନିକ ହଜାର ହଜାର ବାଟୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ବାତ୍ୟା ପରଠାରୁ ସହରର ଅନେକ ହୋଟେଲ ବନ୍ଦ ହୋଇପଡିଛି । ଯାହା ଖାଦ୍ୟ କଷ୍ଟକୁ ଦ୍ବିଗୁଣିତ କରି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଯେଉଁଠାରେ ଆହାର କେନ୍ଦ୍ର ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଏ, ସେହି ସ୍ଥାନ ଫନି ମାଡରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁନାହିଁ । ଖାଦ୍ୟ ପ୍ରସ୍ତୁତ କେନ୍ଦ୍ରର ମରାମତିକୁ ଆହୁରି ସପ୍ତାହେ ଲାଗିବ । ହେଲେ ଏପରି ପରିସ୍ଥିତିରେ ଅନ୍ୟ ଟ୍ରଷ୍ଟରେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇବା ସିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସରକାରଙ୍କ ନିର୍ଦ୍ଦେଶ ଆସିଲେ ଏହା ସମ୍ଭବ ହେବ ବୋଲି ସିଏମସି କମିଶନର କହିଛନ୍ତି ।


ଅନ୍ୟପଟେ ବିଶେଷକରି ବାଦାମ ବାଡି ବସଷ୍ଟାଣ୍ଡ ଓ କଟକ ବଡ଼ ମେଡ଼ିକାଲରେ ଖାଦ୍ୟ ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । କାରଣ ମେଡିକାଲ ଓ ବସଷ୍ଟାଣ୍ଡକୁ ଦୂର ଦୂରାନ୍ତରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସନ୍ତି । ସେମାନେ ମୁଖ୍ୟତଃ ଖାଦ୍ୟ ପାଇଁ ଆହାର କେନ୍ଦ୍ର କିମ୍ବା ହୋଟେଲ ଉପରେ ନିର୍ଭର କରନ୍ତି । ବାତ୍ୟା ଫନି ଯୋଗୁଁ ଏସବୁ ସମସ୍ୟା ସୃଷ୍ଟି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details