କଟକ:କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ.ଏ.ଆର.ଏମ) ଓ ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି "ଏଗ୍ରିଭିଜନ ୨୦୨୪" । କୃଷି ନିମନ୍ତେ ପୋଷଣୀୟ ବିକାଶ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆଧାରିତ । ଚଳିତ ମାସ ୧୯ ରୁ ୨୧ ତାରିଖ, ୩ ଦିନ ଧରି ଏମ.କେ.ସି.ଜି ପ୍ରେକ୍ଷାଳୟ, ଏନ.ଆର.ଆର.ଆଇ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ବୈଜ୍ଞାନିକ, ଗବେଷକ ଏବଂ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଯୋଗଦେବେ ।
ଏହି ସମ୍ମିଳନୀ ଅବସରରେ ବୈଜ୍ଞାନିକ ଅଧିବେଶନ, ପୋଷ୍ଟର ଅଧିବେଶନ, ପ୍ରଦର୍ଶନୀ ଏବଂ କୃଷକ ମିଳନ କାର୍ଯକ୍ରମର ଆୟୋଜନ କରାଯାଇଛି । ଭାରତ ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନଆରଆରଆଇର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର୍ ନାୟକ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଦ୍ବିତୀୟ ଭାରତୀୟ ରାଇସ କଂଗ୍ରେସ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ ଏହି ଅଧିବେଶନକୁ ଉଦଘାଟନ କରିଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ବ ଖାଦ୍ୟ ସଙ୍କଟ ପରିବର୍ତ୍ତନ ଶିଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକମାନେ ଆଲୋଚନା କରିଥିଲେ । ଦେଶ ବିଦେଶରୁ ବିଭିନ୍ନ କୃଷି ଓ ଧାନ ଗବେଷଣା ପ୍ରତିଷ୍ଠାନରୁ ତିନି ଶହରୁ ଉର୍ଦ୍ଧ୍ବ ପ୍ରତିନିଧିମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ ।