ଓଡିଶା

odisha

By

Published : Aug 13, 2019, 3:48 PM IST

ETV Bharat / state

2 ବର୍ଷ ପରେ ମିଳିବ କ୍ଷତିପୂରଣ; ସେସୁକୁ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ

ଘଟଣାର 2 ବର୍ଷ ପରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ସେସୁର ଦାୟିତ୍ବହୀନତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି ମାନବଧିକାର କମିଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁରୀ ମଙ୍ଗଳପୁର ଗାଁର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲା ମାନବଧିକାର କମିଶନ । 2 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେସୁକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିଶନ । ବିଦ୍ୟୁତ ସରାବରାହ ସଂସ୍ଥା ସେସୁର ଦାୟିତ୍ବହୀନତାରୁ ମୃତ୍ୟୁ ହୋଇଥିବା କାରଣ ଦର୍ଶାଇ ଆଇନଜୀବୀ ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । ସେପଟେ, ବନ୍ୟା, ବାତ୍ୟା ତଥା କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ଛାଡିଦେଲେ ବିଦ୍ୟୁତ ସଂସ୍ପର୍ଶରେ ଯେ କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ, ଏଥିପାଇଁ ସେସୁ ଦାୟୀ ରହିବ ବୋଲି କମିଶନର ସୂଚାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, 4 ମେ, 2016ରେ ଗୋପାଳ ପ୍ରଧାନ ବିଲରେ କାମ କରୁଥିବାବେଳେ ବିଲରେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଗୋପାଳ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଓ ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଓ 4 ଝିଅଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ସେନେଇ ପରିବାରଙ୍କୁ କ୍ଷତିପୂରଣ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଆଇନଜୀବୀ ନିଶିକାନ୍ତ ମାନବଧିକାର କମିଶନଙ୍କ ନିକଟରେ ନିବେଦନ ଜଣାଇଥିଲେ ।

ଏହାକୁ ବିଚାର କରି କମିଶନର ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିଥିଲେ । ଏହି ରିପୋର୍ଟକୁ ଆଧାର କରି ଘଟଣାରେ ସେସୁ ଦାୟୀ ବୋଲି କମିଶନ ମତ ଦେଇଛନ୍ତି । ଏଥିସହ କ୍ଷତିପୂରଣ ଆକାରରେ 2 ଲକ୍ଷ ଟଙ୍କା ଦେବା ସହ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାସକ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି କମିଶନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details