ଓଡିଶା

odisha

ETV Bharat / state

ବାଲି ମାଫିଆ ସାବଧାନ, କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଲେ ଜିଲ୍ଲାପାଳ

କଟକରେ ବେଧଡକ ଭାବରେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ । ଏହାକୁ ଦୃଷ୍ଟିରେ ରଖି ଗଠନ ହୋଇଛି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ । ଯାହା ଜିଲ୍ଲାର ନଦୀରୁ ଉଠୁଥିବା ବାଲି ଉପରେ ନଜର ରଖିଛି । ଅଧିକ ପଢନ୍ତୁ

By

Published : Apr 15, 2022, 6:23 PM IST

ବାଲି ମାଫିଆଙ୍କ ଉପରେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ
ବାଲି ମାଫିଆଙ୍କ ଉପରେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

କଟକ: କଟକରେ ବଢୁଛି ବାଲି ମାଫିଆଙ୍କ ରାଜ । ବେଧଡକ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ତେବେ ବାଲି ଚାଲାଣକୁ ନଜରରେ ରଖି ଗଠନ ହୋଇଛି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ । ଯାହା ଜିଲ୍ଲାର ନଦୀରୁ ଉଠୁଥିବା ବାଲି ଉପରେ ନଜର ରଖିଛି ।

ବାଲି ମାଫିଆଙ୍କ ଉପରେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଯେଉଁଠାରେ କିଛି ତ୍ରୃଟି କିମ୍ବା ବେଇଆନର ଗନ୍ଧ ବାଜୁଛି ସେଠାରେ ସଙ୍ଗେସଙ୍ଗେ ପୋଲିସର ଆଶ୍ରୟ ଓ ପେନାଲଟି ମୁତାବକ ଚାଲାଣ କାଟୁଛି ଟିମ । ତେବେ ଏଯାବତ ୧ କୋଟିରୁ ଉର୍ଦ୍ଧ୍ବ ପେନାଲଟି ପ୍ରଶାସନ ହାତକୁ ଆସିଲାଣି । ତେବେ ଏହି ଦିଗରେ ପୋଲିସ ମଧ୍ୟ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ପାଇଁ ଡିଜିଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details