ଓଡିଶା

odisha

ଆତଙ୍କୀ ଲିଙ୍କ୍‌ ଅଭିଯୋଗରେ ଅବଦୁର ରେହେମାନ ଦୋଷୀ ସାବ୍ୟସ୍ତ, ହାଇକୋର୍ଟର ଦ୍ୱାରସ୍ଥ ହେବ ପରିବାର

By

Published : Feb 12, 2023, 6:51 PM IST

ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ । କୁଖ୍ୟାତ ଆତଙ୍କବାଦୀ ସଂଙ୍ଗଠନ ଅଲ-କାଏଦା ସହ ଲିଙ୍କ୍‌ ଥିବ ଜଣା ପଡ଼ିବା ପରେ ଯାଇଥିଲେ ଜେଲ । ଅଧିକ ପଢ଼ନ୍ତୁ

ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ
ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ

ଆସିଲା ପଟିଆଲା ହାଉସ କୋର୍ଟର ରାୟ,ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ

କଟକ: ଆସିଲା ପଟିଆଲା ହାଉସ କୋର୍ଟର ରାୟ । ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ଅବଦୁର ରେହେମାନ । କୁଖ୍ୟାତ ଆତଙ୍କବାଦୀ ସଂଙ୍ଗଠନ ଅଲ-କାଏଦାର ଭାରତୀୟ ଉପମହାଦେଶ ସଂସ୍ଥା ସହିତ ସମ୍ପର୍କ ରଖିବା ନେଇ ଅବଦୁର ଉପରେ ଲାଗିଥିବା ଅଭିଯୋଗ ଶେଷରେ ପ୍ରମାଣିତ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଅବଦୁରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଅବଦୁର ସହିତ ତାର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେବେ ଆସନ୍ତା 14 ତାରିଖ ଦିନ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି 4 ବ୍ୟକ୍ତିଙ୍କୁ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ତେବେ ପଟିଆଲା ହାଉସ କୋର୍ଟଙ୍କ ରାୟ ଆସିଲେ ସେହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯିବ ବୋଲି କହିଛନ୍ତି ଅବଦୁରର ଭାଇ । ୨୦୧୫ ମସିହାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଅଲ୍‌-କାଏଦାର ଭାରତୀୟ ଉପମହାଦେଶ ସଂସ୍ଥା ବା ଏ.କ୍ୟୁ.ଆଇ.ଏସ ଭାରତରେ ନିଜର ନେଟୱର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିବା ଜାଣିବାକୁ ପାଇଥିଲା । ଏହାପରେ ଏ.କ୍ୟୁ.ଆଇ.ଏସର ଭାରତ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଆସିଫକୁ 2015 ମସିହା ଡିସେମ୍ବର ମାସରେ ଦିଲ୍ଲୀରୁ ଗିରଫ ହୋଇଥିଲା ।

ଏହା ପରେ ଆସିଫକୁ ଜେରା କରିବା ପରେ ସେ ଅବଦୁର ରେହେମାନ ବାବଦରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା । ଏହି ସୂଚନା ପାଇବା ପରେ 2015 ମସିହା ଡିସେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ କମିଶନରେଟ୍‌ ପୋଲିସ ସହାୟତାରେ ଦିଲ୍ଲୀ ପୁଲିସ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛଠାରେ ଥିବା ତାର ଘରୁ ଅବଦୁରକୁ ଗିରଫ କରାଯାଇ ଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ତଦନ୍ତ ସମୟରେ ରହେମାନ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିବା କଥା ମଧ୍ୟ ଜଣା ପଡିଥଲା । ଏହାପରେ ରେହେମାନର ଓଡ଼ଶା ଲିଙ୍କ୍‌ ସମ୍ପର୍କରେ ଖୋଳତାଡ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା କରାଯାଇଥିଲା ।

କ୍ରାଇମବ୍ରାଞ୍ଚ ମଧ୍ୟ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ତରେ ନେଇ ଜେରା ମଧ୍ୟ କରିଥିଲା । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ନିଜର ଚାର୍ଜସିଟ ମଧ୍ୟ କୋର୍ଟରେ ଦାଖଲ କରିଥିଲା । ସେପଟେ ରେହେମାନ ବିରୁଦ୍ଧରେ ଲାଗିଥିବା ଅଧିକାଶଂ ଅଭିଯୋଗକୁ କୋର୍ଟ ଖାରଜ କରି ଦେଇଛନ୍ତି । ଯେଉଁ ଦୁଇଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିବେ ବୋଲି କହିଛନ୍ତି ରେହେମାନଙ୍କ ଭାଇ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details