ଓଡିଶା

odisha

ETV Bharat / state

ଅସହ୍ୟ ହେଲା ନିର୍ଯାତନା, ଜୀବନ ହାରିଲେ ନବବଧୂ - village

ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ନବବଧୂର ଆତ୍ମହତ୍ୟା। ମୃତ୍ୟୁ ପଛରେ ଶାଶୁ ଘର ଲୋକଙ୍କ ନିର୍ଯାତନା ଓ ସ୍ୱାମୀର ପରକୀୟା ପ୍ରୀତି ନେଇ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ବଡବାପା ବାସୁଦେବ ବେହେରା ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Mar 9, 2019, 3:03 AM IST

କଟକ: ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ନବବଧୂର ଆତ୍ମହତ୍ୟା। ମୃତ୍ୟୁ ପଛରେ ଶାଶୁ ଘର ଲୋକଙ୍କ ନିର୍ଯାତନା ଓ ସ୍ୱାମୀର ପରକୀୟା ପ୍ରୀତି ନେଇ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ବଡବାପା ବାସୁଦେବ ବେହେରା ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ମୃତ ମହିଳାଙ୍କ ନାମ ମିତା ରାଣୀ ବେହେରା। ଗତ ୮ ମାସ ତଳେ କଟକ ଜିଲ୍ଲା ବଡମ୍ବା ମୁରାରୀପୁର ଗ୍ରାମର ବାସୁଦେବ ବେହେରାଙ୍କ ଝିଆରୀ ମିତାରାଣୀ ବେହେରାଙ୍କ ସହିତ ବାଙ୍କୀ ଥାନା ସୁବର୍ଣ୍ଣପୁର ଗ୍ରାମର ବେନୁ ବେହେରାଙ୍କ ପୁଅ ସହ ବିବାହ ହୋଇଥିଲା। ଅନେକ ସମୟରେ ମିତାଙ୍କୁ ତାଙ୍କ ପରିବାର ଲୋକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ନିଜ ସମ୍ପର୍କୀୟ ସହିତ ଅନୈତିକ ସମ୍ପର୍କକୁ ମିତା ବାରମ୍ବାର ବିରୋଧ କରିବାରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହେଉଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଶୁକ୍ରବାର ମିତାରାଣୀ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିତାଙ୍କ ପରିବାର ଲୋକ ଦାବି କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details