ଓଡିଶା

odisha

By

Published : Oct 27, 2021, 9:57 PM IST

ETV Bharat / state

ଜୀବନ ନେଲା ଗଜରାଜ: ବନ ବିଭାଗକୁ ଦାୟୀ କଲା ପରିବାର

ନରହନ୍ତା ସାଜିଲା ବଣୁଆ ହାତୀ । ନେଇଗଲା ନିରୀହ ବୃଦ୍ଧଙ୍କ ଜୀବନ । ଏପରି ଘଟଣା ଘଟିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା କଟିକଟା ଅଞ୍ଚଳରେ । ମୃତ ବୃଦ୍ଧ ଜଣକ ସ୍ଥାନୀୟ ରାମରାଙ୍ଗ ଗାଁର ଭାଗବତ ବେହେରା । ଅଧିକ ପଢନ୍ତୁ...

ଜୀବନ ନେଲା ଗଜରାଜ: ବନ ବିଭାଗକୁ ଦାୟୀ କଲା ପରିବାର
ଜୀବନ ନେଲା ଗଜରାଜ: ବନ ବିଭାଗକୁ ଦାୟୀ କଲା ପରିବାର

କଟକ: ନରହନ୍ତା ସାଜିଲା ବଣୁଆ ହାତୀ । ନେଇଗଲା ନିରୀହ ବୃଦ୍ଧଙ୍କ ଜୀବନ । ଏପରି ଘଟଣା ଘଟିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା କଟିକଟା ଅଞ୍ଚଳରେ । ମୃତ ବୃଦ୍ଧ ଜଣକ ସ୍ଥାନୀୟ ରାମରାଙ୍ଗ ଗାଁର ଭାଗବତ ବେହେରା । ହାତୀଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଅଞ୍ଚଳକୁ ପଶିଆସିଥିଲା। ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ଫେରି ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗାଁକୁ ହାତୀଟି ପଶି ଆସିଥିଲା ।

ଜୀବନ ନେଲା ଗଜରାଜ: ବନ ବିଭାଗକୁ ଦାୟୀ କଲା ପରିବାର

ସେଠାରେ ବୃଦ୍ଧ ଭାଗବତ ନିଜ ବାଡ଼ିରେ କାମ କରୁଥିବାବେଳେ ହଠାତ ହାତୀଟି ପାଚେରୀ ଡେଇଁ ପଶି ଆସିଥିଲା। ଭାଗବତ ହାତୀ ଆଗରେ ପଡିଯାଇଥିବାରୁ ହାତୀଟି ତାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀଟିକୁ ଏବେ କଟକ ବନ ବିଭାଗ ଓ କେନ୍ଦ୍ରାପଡ଼ା ବନ ବିଭାଗର କର୍ମଚାରୀ ଘଉଡାଇ ପୁନଃ ଜଙ୍ଗଲକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଅମୂଲ୍ୟ ଜୀବନ ଯିବା ଦିଗରେ ବନ ବିଭାଗର ଅପାରଗତା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details