କଟକ: ମୌସୁମୀ ବର୍ଷାରେ ରାଜ୍ୟ ଭିଜୁଥିବା ସମୟରେ ଅଂଶୁଘାତରେ କଟକ ନିଶ୍ଚିତକୋଇଲି ବ୍ଲକର ଜଣେ ଟଲି ଚାଳକ ପ୍ରାଣ ହରାଇଛନ୍ତି । ଅଂଶୁଘାତରେ ପୁରୁଷୋତ୍ତମ ଭୋଇଙ୍କ ଜୀବନ ଚାଲି ଯାଇଛି । ସରପଡା ପଞ୍ଚାୟତ ୧୪ ନମ୍ବର ଓ୍ବାର୍ଡରେ ମୃତକଙ୍କ ଘର ଥିବା ଜଣାପଡିଛି ।
ବର୍ଷା ବେଳେ ଅଂଶୁଘାତରେ ଟଳି ପଡିଲେ ଟଲି ଚାଳକ
କଟକ ନିଶ୍ଚିତକୋଇଲି ବ୍ଲକର ସରପଡା ପଞ୍ଚାୟତ ୧୪ ନମ୍ବର ଓ୍ବାର୍ଡରେ ଥିବା ଜଣେ ଟଲି ଚାଳକଙ୍କ ମୃତ୍ୟୁ ଘଟିଛି । ତାଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ସୂଚନା ଅନୁଯାୟୀ ପୁରୁଷୋତ୍ତମ ଭୋଇ ଟଲି ଚଳାଉଥିବା ବେଳେ ହଠାତ ପଡ଼ି ଯାଇଥିଲେ । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ନିଶ୍ଚିତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ