ଓଡିଶା

odisha

ETV Bharat / state

ଲୋନ କରାଇ ଦେବା ନାଁରେ ଲୁଟୁଥିଲେ ଲୁଟେରା: 6 ଗିରଫ, ଫୋନ ଓ ଗାଡି ଜବତ

ସାରା ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ଲୁଟୁଥିଲେ ଲୁଟେରା ଗୋଷ୍ଠୀ ଏବେ ପୋଲିସ କବଜାରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 5, 2019, 7:56 PM IST

କଟକ: ଲୁଟର ନୂଆ ତରିକା । ପ୍ରତି ସଦସ୍ୟଙ୍କୁ ମିଳିବ 40ହଜାର ଲୋନ । ଏହା ପରିଶୋଧ କଲେ ପୁଣି ମିଳିବ ଲୋନ । ତେବେ ଲୋନ ପାଇବାକୁ ହେଲେ ଇନସ୍ୟୁରାନ୍ସ ବାବଦକୁ ଆଗୁଆ ଦେବାକୁ ପଡିବ ଏକ ହଜାର ଟଙ୍କା ପ୍ରତି ସଦସ୍ୟଙ୍କୁ । ଏହି ହାଇଟେକ ଲୁଟେରାଙ୍କ ନିଶାଣରେ ଥିଲେ ଗ୍ରାମଞ୍ଚଳର ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ। ମହିଳାଙ୍କ ପାଖରୁ ଟଙ୍କା ପାଇବା ମାତ୍ରେ ଆଉ ଦେଖା ଦର୍ଶନ ମିଳୁନଥିଲା । ଏମିତି ଲକ୍ଷଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲା ଏହି ଗ୍ୟାଙ୍ଗ ।

ତେବେ ଗତ ଜୁଲାଇ 30 ତାରିଖରେ କଟକ ସିଡିଏ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଏ ମାମଲାର ତଦନ୍ତ କରି ଘଟଣା ସମ୍ପର୍କରେ ଛାନଭିନ ଜାରି ରଖିଥିଲା । ଶେଷରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏ ଘଟଣାରେ କମିଶନରେଟ ପୋଲିସ 6 ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ 12ଗୋଟି ମୋବାଇଲ ଫୋନ, 4ଟି ବାଇକ ଏବଂ ଏକ ମାରୁତି ସୁଜୁକି କାର ମଧ୍ୟ ଜବତ କରିଛି । କଟକ ଡିସିପି ଅଖିଳେଶ୍ବର ସିଂ କହିଛନ୍ତି ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମିତି ଲୁଟ କରୁଥିଲା । ଏଭଳି ଲୁଟ ଘଟଣା ସମ୍ପର୍କରେ ଆମେ ସମସ୍ତ ଥାନାକୁ ଅବଗତ କରିଛୁ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details