ଓଡିଶା

odisha

ETV Bharat / state

କଟକରୁ ଦାମୀ ବ୍ରାଣ୍ଡର ୯୦୦ ନକଲି ଘଣ୍ଟା ଜବତ, ଜଣେ ଗିରଫ - କଟକ ସହର ଖବର

କଟକରେ ନକଲି ଘଣ୍ଟା କାରବାର । ହୋଲସେଲ ଘଣ୍ଟା ଦୋକାନରେ ପୋଲିସର ଚଢାଉ। ଦାମି ବ୍ରାଣ୍ଡର ୯୦୦ ନକଲି ଘଣ୍ଟା ଜବତ । ଅଧିକ ପଢନ୍ତୁ...

କଟକରୁ ୯୦୦ ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ଜବତ, ଜଣେ ଗିରଫ
କଟକରୁ ୯୦୦ ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ଜବତ, ଜଣେ ଗିରଫ

By

Published : Jul 29, 2021, 9:18 PM IST

କଟକ:ଦାମୀ ଘଣ୍ଟା ପିନ୍ଧିବାର ସଉକ ଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ବଜାରରେ ଘୁରି ବୁଲୁଛି ନାମିଦାମୀ ବ୍ରାଣ୍ଡର ନକଲି ଘଣ୍ଟା । ତେବେ ଏପରି କିଛି ନକଲି ଘଣ୍ଟା କାରବାର ସାମ୍ନାକୁ ଆସିଛି କଟକରୁ । ଆଜି ବାଦାମବାଡ଼ି ଅଞ୍ଚଳରୁ ଏକ ହୋଲସେଲ ଘଣ୍ଟା ଦୋକାନ ଉପରେ ଚଢ଼ାଉ କରିଛି ବାଦାମବାଡ଼ି ଥାନା ପୋଲିସ । ବିପୁଳ ପରିମାଣର ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

କଟକରୁ ୯୦୦ ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ଜବତ, ଜଣେ ଗିରଫ

ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ବସଷ୍ଟାଣ୍ଡ ନିକଟରେ ଥିବା ଆର କେ ୱାଚ କୋ , ହୋଲସେଲରେ ଚଢ଼ାଉ କରିଥିଲା ପୋଲିସ । ଘଟଣା ସ୍ଥଳରୁ 800 ରୁ ଉର୍ଦ୍ଧ୍ବ ଫାଷ୍ଟଟ୍ରାକ ବ୍ରାଣ୍ଡର ନକଲି ଘଣ୍ଟା ଜବତ କରିବା ସହ ହୋଲସେଲର ଅଧିକାରୀ କାଳୀ ପ୍ରସାଦ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ନକଲି ଘଣ୍ଟା କୋଲକାତାରୁ ଆମଦାନୀ କରାଯାଉଥିବା ପ୍ରାଥମିକ ଭାବେ ଜାଣିବାକୁ ପାଇଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details