ଓଡିଶା

odisha

ETV Bharat / state

କଟକରୁ 125 କେଜି ଗଞ୍ଜେଇ ଜବତ, 2 ଗିରଫ

କଟକ ତ୍ରିଶୂଳିଆ ଛକ ନିକଟରୁ 125 କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଅଧିକ ପଢନ୍ତୁ...

By

Published : Apr 6, 2021, 2:21 PM IST

କଟକରୁ 125 କେଜି ଗଞ୍ଜେଇ ଜବତ, 2 ଗିରଫ
କଟକରୁ 125 କେଜି ଗଞ୍ଜେଇ ଜବତ, 2 ଗିରଫ

କଟକ: ସିଲଭର ସିଟିରେ ଅପରାଧ କାୟା ବିସ୍ତାର କରିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନକଲି କାରଖାନା ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ତ୍ରିଶୂଳିଆ ଛକ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ।

କଟକରୁ 125 କେଜି ଗଞ୍ଜେଇ ଜବତ, 2 ଗିରଫ

ଜବତ ହୋଇଥିବା ଗଞ୍ଜେଇର ହାରାହାରି ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏକ ଟାଟା ସୁମୋ ଗାଡ଼ିରେ ବେଆଇନ ଚାଲାଣ କରାଯାଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଏହାକୁ ଜବତ କରିଛି । ଶ୍ରୀକାକୁଲମରୁ ବିହାର ଚାଲାଣ କରାଯାଉଥିଲା ଏହି ଚୋରା ଗଞ୍ଜେଇ । ତେବେ ସମସ୍ତଙ୍କ ନଜର ହଟାଇବା ପାଇଁ ଦାମୀ କାରରେ ଏହି ଚୋରା ଗଞ୍ଜେଇ ଚାଲାଣ କରାଯାଉଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର । ତେବେ ସେମାନେ ବିହାର ବାସିନ୍ଦା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅଭିଯୁକ୍ତମାନେ ଆଉ କେଉଁ ସ୍ଥାନକୁ ଏହି ଚୋରା ଗଞ୍ଜେଇ ଚାଲାଣ କରୁଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details