କଟକ: ରାଜ୍ୟରେ ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଜି 42 ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ 6ଜଣଙ୍କ ପଜିଟିଭ ବାହାରିଛି । ଭଦ୍ରକରୁ 2, କଟକରୁ 2, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ଜଣ ଜଣଙ୍କର ରକ୍ତ ନମୁନା ପଜିଟିଭ ବାହାରିଛି ।
ସେହିପରି ଶୁକ୍ରବାର ଏସସିବିରେ 62ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ 13ଟି ପଜିଟିଭ ବାହାରିଥିଲା । ସେଥିରେ ଅନୁଗୁଳରୁ ଜଣେ , କଟକରୁ 3 ଜଣ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡାରୁ 2 ଜଣ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରୋଗୀଙ୍କ ରକ୍ତ ନମୁନା ପଜିଟିଭ ବାହାରିଛି ।