କଟକ: ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ସାଲେପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଆମ୍ବୁଲାନସ୍ ଚାଳକ ସହିତ 3 ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକାରୁ ରୋଗୀ ନେଇ କଟକ ବଡ଼ ମେଡିକାଲକୁ ଯାଉଥିଲା ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ।ଦ୍ରୁତ ଗତିରେ ଆସୁଥିବା ଏହି ଆମ୍ବୁଲାନ୍ସଟିସାଲେପୁର ନାଳିଆମୁହଁ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା ଚାଳକ ସହିତ ଆମ୍ବୁଲାନ୍ସରେ ଥିବା3 ଜଣ ଗୁରୁତର ଆହତ । ସମସ୍ତଙ୍କୁଗୁରୁତର ଅବସ୍ଥାରେ ଏସସିବି ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।