ଓଡିଶା

odisha

ETV Bharat / state

ତୃତୀୟ ଦିନରେ କର୍ପୋରେଟର ଆନ୍ଦୋଳନ, ଆସୁନାହାନ୍ତି ମେୟର ଏବଂ କମିଶନର - ସିଏମସି କାର୍ଯ୍ୟାଳୟ ଆଗରେ ଧାରଣା

ସିଏମସି କାର୍ଯ୍ୟାଳୟରେ ତିିନି ଦିନ ହେଲା ଧାରଣାରେ ବିଜେପି ଓ କଂଗ୍ରେସ କର୍ପୋରେଟର ।ଆସୁନାହାନ୍ତି ମେୟର କି କମିଶନର । କାହିଁକି ଧାରଣାରେ ବସିଛନ୍ତି ବିରୋଧି କର୍ପୋରେଟର । ପଢନ୍ତୁ ପୁରା ଖବର

ଆସୁନାହାନ୍ତି ମେୟର ଏବଂ କମିଶନର
ଆସୁନାହାନ୍ତି ମେୟର ଏବଂ କମିଶନର

By ETV Bharat Odisha Team

Published : Nov 15, 2023, 8:01 PM IST

ଆସୁନାହାନ୍ତି ମେୟର ଏବଂ କମିଶନର

କଟକ: ଉଗ୍ର ରୂପ ନେଉଛି ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନ । ଆନ୍ଦୋଳନକୁ ତୃତୀୟ ଦିନ ହୋଇଥିଲେ ବି ଆଲୋଚନା ପାଇଁ ଆସୁନାହାନ୍ତି ମେୟର କିମ୍ବା ସିଏମସି କମିଶନର । ଯାହାକୁ ନେଇ କଡ଼ା ନିନ୍ଦା କରିଛନ୍ତି ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା । କର୍ପୋରେଟରମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ସହ ମେୟର ଏବଂ କମିଶନରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି ।

ଅହୋରାତ୍ର ଧାରଣାରେ ବିରୋଧୀ କର୍ପୋରେଟର । ସିଏମସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର । ସିଏମସି କାଉନସିଲ ବୈଠକରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଅଧିକାରୀମାନେ ଅଧାରୁ ଉଠିଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର ମାନେ । ଯେପର୍ଯ୍ୟନ୍ତ ସିଏମସି କର୍ତ୍ତୃପକ୍ଷ କ୍ଷମା ନମାଗିଛନ୍ତି ଏବଂ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇଛନ୍ତି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଧାରଣାରତ କର୍ପୋରେଟରମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏହି ଆନ୍ଦୋଳନ ଏବେ ରାଜନୈତିକ ମୋଡ଼ ନେଇଛି । କର୍ପୋରେଟରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ କଥା ହୋଇଥିଲେ । ବିଶେଷକରି ଶାସକ ଦଳକୁ କଡା ବିରୋଧ କରିବା ସହ ଆନ୍ଦୋଳନ ବ୍ୟାପକ ହେବା ନେଇ ଚେତାବନୀ ଦେଇଛନ୍ତି ଉଭୟ ନେତା । ମୋକିମ କହିଛନ୍ତି , "ରାଜନୀତି କଣ ଆଗାମୀ ଦିନରେ ମେୟରଙ୍କୁ ଦେଖାଇଦିଆଯିବ" । ସେହିପରି ମନମୋହନ ସାମଲ କହିଛନ୍ତି , "ଏନେଇ ଆସନ୍ତା ୨୦ ତାରିଖରେ ମ୍ୟୁନିସପାଲଟି କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବ ।

ଏହାମଧ୍ୟ ପଢନ୍ତୁ..ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା

ସିଏମସି କାଉନସିଲ ବୈଠକରେ କଣ ଘଟିଥିଲା ?ହାଡିଆ ପଠାର ବହୂମୂଲ୍ୟ ସରକାରୀ ଜମିକୁ ଚଞ୍ଚକତା କରି କିପରି ବିକ୍ରି କରାଗଲା ? ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲର ଜାଲିଆତି କେମିତି ହେଲା ? ଏହାକୁ ନେଇ ସିଏମସି କାଉସିଲ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହି ପ୍ରସଙ୍ଗରେ ମେୟର ତଥା କମିଶନରଙ୍କ ଜବାବ ଦାବି କରି ହୋହାଲ୍ଲା କରିଥିଲେ ବିରୋଧୀ କ୍ରର୍ପୋରେଟର ।

ଜମି ମାଫିଆମାନେ ଏକ ବିରାଟ ଷଢଯନ୍ତ୍ର କରି ହାଡିଆ ପଠାର ସରକାରୀ ଜମିକୁ ହାତେଇବା ପାଇଁ ଉଦ୍ୟମ କରିଛନ୍ତି । ହଡ଼ିଆ ପଠାର ଶହେ ସରକାରୀ ଜମିକୁ ଲିଜରେ ନେଇ ପରେ ଏହି ଜମିକୁ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କରେ ବନ୍ଧକ ରହି ୫ କୋଟି ଟଙ୍କା ଋଣ କରିଛନ୍ତି । ତେବେ ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲର ଜାଲିଆତି କାରି ଏହା କରାଯାଇଥିଲେ ମଧ୍ୟ ଏଥିରେ ସିଏମସିର କିଛି ଅସାଧୁ କର୍ମଚାରୀ ଓ ପ୍ରଭାବଶାଳି ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳର କର୍ପୋରେଟର । ଏହା ସହ କ୍ରାଇମବ୍ରାଞ୍ଚ ତଦନ୍ତ ନୁହେଁ ବରଂ ଏସଆଇଟି କିମ୍ବା ସିବିଆଇ ଦ୍ବାରା ଏହାର ତଦନ୍ତ କରିବାକୁ ଦାବି ହୋଇଛି।

କ୍ରାଇମବ୍ରାଞ୍ଚ ଟିମ ସିଏମସି କାର୍ଯ୍ୟାଳୟରୁ ଅନନ୍ୟା ଦାସଙ୍କ ମୂଳ ଦସ୍ତଖତ ଓ ସିଲର ନକଲ ସଂଗ୍ରହ କରି ନେଇଛନ୍ତି । ଏବଂ ଜାଲ ଦସ୍ତଖତ ଓ ସିଲ ସହିତ ସେଗୁଡ଼ିକୁ ମେଳ କରିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ସେପଟେ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ସିଏମସି ମେୟର । କହିଛନ୍ତି, "ହାଡିଆ ପଠାରେ ଥିବା ଜମି ରାଜ୍ୟ ସରକାରଙ୍କର। ସେହି ଜମି ବାବଦ ସମସ୍ତ ପ୍ରକାର ନିଷ୍ପତି ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ କେହି ନେଇପାରିବେ ନାହିଁ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲକୁ ଜାଲ କରି ଏହି କାଣ୍ଡ ଭିଆଇଛନ୍ତି କିନ୍ତୁ ଏଥିରେ ସିଏମସିର କୌଣସି ଭୂମିକା ନାହିଁ।"

ତେବେ କଟକ ହାଡିଆ ପଠାର ଶହେ ଏକର ସରକାରୀ ଜମି ଜାଲିଆତି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ମେୟରକୁ ଘେରିଛନ୍ତି । ହାଡିଆ ପଠାର ବହୂମୂଲ୍ୟ ଜମିକୁ କିପରି ଚଞ୍ଚକତା କରି ବିକ୍ରି କରାଗଲା ଏବଂ ସିଏମସି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ ଜାଲିଆତି କରି ଏହି ଚଞ୍ଚକତା କରାଗଲା ଏହାର ଜବାବ ମାଗିଛନ୍ତି ବିରୋଧୀ । ସିଏମସିର କାଉସିଲ ବୈଠକରେ ଅନ୍ୟ ପ୍ରସଙ୍ଗ ସହ ହାଡିଆପଠା ଜମି ଜାଲିଆତି କଥା ଉଠାଇ ଗୃହରେ ଜୋରଦାର ହଟ୍ଟଗୋଳ ହୋଇଥିଲା । ଏହି ଜମି କେଳେଙ୍କାରୀରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ କରି ଏହାର ଏସଆଇଟି କିମ୍ବା ସିବିଆଇ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details