କଟକ: ସରକାରଙ୍କ ଲକଡାଉନ ଘୋଷଣାକୁ ବିତିଯାଇଛି 9 ଦିନ । ତଥାପି ଆଜି ଯାଏଁ ଲୋକ ଠିକ ଭାବେ ଏହାକୁ ମାନୁନାହାନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଦିନରେ ତାଲାବନ୍ଦ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ 245ଟି ମାମଲା ରୁଜୁ ହୋଇଛି ।
ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୪୫ଟି ମାମଲା ରୁଜୁ ହୋଇଛି । ଏହି ୨୪୫ଟି ମାମଲା ମଧ୍ୟରୁ ୨୨୯ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଛି । ବାକି ୬ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ ଓ ୧୦ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ରୁଜୁ କରାଯାଇଛି ।