ଓଡିଶା

odisha

ETV Bharat / state

ସିଏମସିରେ ୨୧୬ କୋରୋନା ପଜିଟିଭ ଚିହ୍ନଟ, ୭୫ ସ୍ଥାନୀୟ ଆକ୍ରାନ୍ତ - cuttack corona update

ରାଜ୍ୟରେ ଅଣାୟତ୍ତ କୋରୋନା । କଟକ ମହାନଗର ନିଗମରେ ସର୍ବାଧିକ ୨୧୬ ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଏମସିରେ ୨୧୬ କୋରୋନା ପଜିଟିଭ ଚିହ୍ନଟ
ସିଏମସିରେ ୨୧୬ କୋରୋନା ପଜିଟିଭ ଚିହ୍ନଟ

By

Published : Aug 26, 2020, 9:32 PM IST

କଟକ: ରାଜ୍ୟରେ ଅଣାୟତ୍ତ କୋରୋନା । କଟକ ମହାନଗର ନିଗମରେ ସର୍ବାଧିକ ୨୧୬ ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୬୭ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୭୪ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୭୫ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୩୮୬୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୨୨୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୩ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୫୮୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କଟକ ସହରରେ ଆଜି ୨ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details