ସିଏମସିରେ ଆଜି ୨୦୨ ପଜିଟିଭ ଚିହ୍ନଟ, ୯୯ ଲୋକାଲ
କଟକ ମହାନଗର ନିଗମରେ ଆଜି ୨୦୨ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୨ ହଜାର ୨୨୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୯୬୮୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କଟକ:କଟକ ମହାନଗର ନିଗମରେ ଆଜି ୨୦୨ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୫୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୯୯ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୨ ହଜାର ୨୨୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୯୬୮୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୫୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୨୪୮୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କଟକ ମହାନଗର ନିଗମ ଅଞ୍ଚଳରେ ଆଜି ୨ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ