ଓଡିଶା

odisha

ETV Bharat / state

ଅଧାରେ ରହିଲା ଖୁଦୁରୁକୁଣୀ, 2 ଭଉଣୀଙ୍କ ଜଳ ସମାଧି

କଟକ ନିଶ୍ଚିତକୋଇଲି ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଥିବା ଶୁକପାଇକା ନଦୀରେ ବୁଡି 2 ଭଉଣୀଙ୍କ ଜଳସମାଧି ଘଟିଛି । ଫୁଲ ତୋଳିବାକୁ ଯାଇଥିବାବେଳେ ଗୋଡ ଖସିବାରୁ ଉଭୟ ନଦୀରେ ବୁଡି ଯାଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 18, 2019, 9:54 AM IST

Updated : Aug 18, 2019, 12:24 PM IST

କଟକ: ଖୁଦୁରୁକୁଣୀ ଓଷାର ପ୍ରଥମ ପାଳିରେ ଅଘଟଣ । ଫୁଲ ତୋଳିବାକୁ ଯାଇ ନଦୀରେ ବୁଡିଗଲେ 2 ଭଉଣୀ । ଏଭଳି ଅଘଟଣ ଘଟିଛି କଟକ ନିଶ୍ଚିତକୋଇଲି ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଥିବା ଶୁକପାଇକା ନଦୀରେ । ମୃତ ଦୁଇ ଭଉଣୀ ହେଲେ ସଫିପୁର ଗାଁର ଧୀରେନ୍ଦ୍ର ଦାସଙ୍କ ଝିଅ ସୁଜାତା ଦାସ ଓ ସୁମନ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ଥିବାରୁ ଭୋରରୁ ପ୍ରାୟ 3 ଜଣ ଯୁବତୀ ଫୁଲ ତୋଳିବାକୁ ଶୁକପାଇକା ନଦୀ ପଠାକୁ ଯାଇଥିଲେ । ନଦୀରେ ଆରପଟେ ଥିବା କିଛି ଫୁଲ ତୋଳିବାକୁ ଦୁଇ ଜଣ ଯୁବତୀ ନଦୀ ମଧ୍ୟରେ ପ୍ରବେଶ କରିଥିଲେ । ମାତ୍ର ନଦୀ ଭିତରେ ଥିବା ଏକ ବଡ ଗାତ ମଧ୍ୟରେ 2 ଯୁବତୀ ଗଳି ପଡିଥିଲେ । ଦୁଇ ଯୁବତୀ ପାଣିରେ ବୁଡି ଯାଉଥିବା ଦେଖି ତୃତୀୟ ଯୁବତୀ ଜଣକ ଗାଁକୁ ଦୌଡି ଯାଇ ଲୋକଙ୍କୁ ଡାକିଥିଲେ । ଲୋକମାନେ ମୁର୍ମୂଷ ହୋଇ 2 ଭଉଣୀଙ୍କୁ ଉଦ୍ଧାର କରି ରଘୁନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି ।

ଆଜି ଭଳି ପବିତ୍ର ଦିନରେ ଭାଇର ଦୀର୍ଘାୟୁ କାମନା କରି ଭଉଣୀମାନେ ଖୁଦୁରୁକୁଣୀ ଓଷା ପାଳିଥାନ୍ତି । ମାତ୍ର ଏହି 2 ଭଉଣୀଙ୍କ ଓଷା ଅଧାରେ ରହିଗଲା । ସୂଚନାନୁସାରେ, ଏହି ନଦୀ ପଠାରେ ଜେସିବି ଦ୍ବାରା ବଡ ବଡ ଗାତ ଖୋଳାଯାଇଥିଲା । ଏହି ଗାତ କିଏ ଓ କାହିଁକି ଖୋଳିଥିଲା ତାହା ଜଣାପଡିନଥିବାବେଳେ ସ୍ଥାନୀୟବାସୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାହିଁକି ଗାତ ଗୁଡିକୁ ପୋତାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି । ଯେଉଁ କାରଣରୁ ଆଜି ଦୁଇ ଯୁବତୀଙ୍କ ପ୍ରାଣ ଚାଲି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳରେ ମାହାଳହାଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 18, 2019, 12:24 PM IST

ABOUT THE AUTHOR

...view details