କଟକ: କ୍ୟାବିନେଟରେ ବାଜିଲା ଇଣ୍ଡୋର ଷ୍ଟାଡିୟମ ମୋହର । କଟକରେ ନିର୍ମାଣ ହେବ ଦୁଇଟି ଇଣ୍ଡୋର ଷ୍ଟାଡିୟମ । ଚଳିତବର୍ଷ ଜୁନ 22 ତାରିଖରେ ଇଣ୍ଡୋର ଷ୍ଟାଡିୟମ ପାଇଁ ପ୍ରସ୍ତାଵ ଦିଆଯାଇଥିଲା। ଗତକାଲି(ସୋମବାର) କ୍ୟାବିନେଟ ନିଷ୍ପତ୍ତି ପରେ କଟକ ଚୌଦ୍ୱାର ଓ କଟକ ମ୍ୟୁନିସିପାଲଟିରେ ଗୋଟିଏ ଲେଖାଏଁ ଇଣ୍ଡୋର ଷ୍ଟାଡିୟମ ଖୋଲିବା ପାଇଁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକରେ ପୁଣି ପ୍ରତିଷ୍ଠା ହେବ 2ଟି ଇଣ୍ଡୋର ଷ୍ଟାଡିୟମ, ଗୋଟିଏ ବର୍ଷରେ ନିର୍ମାଣ ହେବ ଶେଷ
କ୍ୟାବିନେଟରେ ବାଜିଲା ଇଣ୍ଡୋର ଷ୍ଟାଡିୟମର ମୋହର । କଟକରେ ନିର୍ମାଣ ହେବ ଦୁଇଟି ଇଣ୍ଡୋର ଷ୍ଟାଡିୟମ । ତେବେ ଗୋଟିଏ ବର୍ଷ ମଧ୍ଯରେ ନିର୍ମାଣ କାମ ଶେଷ ହୋଇ ଇଣ୍ଡୋର ଅଭ୍ୟାସ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ଚୌଦ୍ୱାର ବିଧାୟକ। ଅଧିକ ପଢନ୍ତୁ...
କଟକରେ ପୁଣି ପ୍ରତିଷ୍ଠା ହେବ 2 ଇଣ୍ଡୋର ଷ୍ଟାଡିଅମ, ଗୋଟିଏ ବର୍ଷରେ ନିର୍ମାଣ ହେବ ଶେଷ
ତେବେ ପ୍ରତ୍ୟେକ ଷ୍ଟାଡିୟମ ପାଇଁ 9 କୋଟି 55 ଲକ୍ଷ ଟଙ୍କା ବ୍ୟୟ କରିବେ ସରକାର । ଏହି ଘୋଷଣା କଟକବାସୀଙ୍କ ପାଇଁ ଆଣିଦେଇଛି ଖୁସିର ଲହରୀ । ଏପଟେ ଗୋଟିଏ ବର୍ଷ ମଧ୍ଯରେ ନିର୍ମାଣ କାମ ଶେଷ ହୋଇ ଇଣ୍ଡୋର ଅଭ୍ୟାସ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ଚୌଦ୍ୱାର ବିଧାୟକ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ