ଓଡିଶା

odisha

ETV Bharat / state

16 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୪ ଗିରଫ

ନିର୍ଗୁଣ୍ଡି ଟୋଲ ଗେଟ ନିକଟରୁ ୧୫୫ କେଜି ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

By

Published : Dec 11, 2020, 9:53 PM IST

୧୫୫ କେଜି ଗଞ୍ଜେଇ ଜବତ ,୪ ଜଣଙ୍କୁ ଗିରଫ କଲା କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ
୧୫୫ କେଜି ଗଞ୍ଜେଇ ଜବତ ,୪ ଜଣଙ୍କୁ ଗିରଫ କଲା କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ

କଟକ: କଟକରୁ ପୁଣି ଜବତ ହେଲା ଗଞ୍ଜେଇ। ନିର୍ଗୁଣ୍ଡି ଟୋଲ ଗେଟ ନିକଟରୁ ୧୫୫ କେଜି ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

୧୫୫ କେଜି ଗଞ୍ଜେଇ ଜବତ ,୪ ଜଣଙ୍କୁ ଗିରଫ କଲା କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ

ତେବେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ସୁଇଫ୍ଟ ଡିଜାୟାର କାର ଜବତ କରାଯାଇଛି। ସୂଚନାନୁଯାୟୀ ଏକ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇଥିଲା ଅବକାରୀ ବିଭାଗ। ପରେ ଅପରାଧୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ନିର୍ଗୁଣ୍ଡି ଟୋଲଗେଟ ନିକଟରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚାଲାଣ କରାଯାଉଥିବା ଏକ କାରକୁ ଜବତ କରିଛି ଅବକାରୀ ବିଭାଗ। ୧୫୫ କେଜି ଗଞ୍ଜେଇ କାରରେ ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବାର ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details