ଓଡିଶା

odisha

By

Published : Jan 25, 2023, 8:20 PM IST

ETV Bharat / state

74th Republic Day: କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଜଗିବେ ୧୨ପ୍ଲାଟୁନ ପୋଲିସ ଫୋର୍ସ

ରାତିପାହିଲେ ୭୪ତମ ସାଧାରଣତନ୍ତ୍ର ଦିବସ । କଟକରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି
ସାଧାରଣତନ୍ତ୍ର ଦିବସ ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି

କଟକ: ରାତିପାହିଲେ ୭୪ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଚଳଚଞ୍ଚଳ ରହିଛି ଦିଲ୍ଲୀରୁ ପଲ୍ଲୀ । ସବୁଠି ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକରାଯାଇଛି । ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପି, ୧୨ ଜଣ ଏସିପିପି, ୫୦ ଜଣ ଅଧିକାରୀଙ୍କ ସମେତ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହିତ ଷ୍ଟାଡିୟମ ଭିତରକୁ ବିସ୍ପୋରକ ସାମଗ୍ରୀ, ଗାଡି, ବ୍ୟାଗ ଏବଂ ଫିଙ୍ଗି ହେଉଥିବା ଭଳି ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ପରେଡ଼ ଦେଖିବାକୁ ଆସୁଥିବା ଲୋକେ ଏହି ସାମଗ୍ରୀକୁ ଷ୍ଟାଡିୟମ ଭିତରକୁ ନେଇ ପାରିବେନି ।

ଚଳିତ ବର୍ଷ କୋରୋନା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେବ । ଏହି ଉପଲକ୍ଷେ ଆଜି(ବୁଧବାର) ବାରବାଟୀ ଷ୍ଟାଡିୟମରେ ପରେଡ଼ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୋଟ ୪୨ ଟ୍ରୁପ ଯୋଗ ଦେବେ । ଏଥିମଧ୍ୟରୁ ପୋଲିସ ବ୍ୟାଣ୍ଡ ମିଶାଇ ୪ଟି ଟ୍ରୁପ ପୋଲିସ ପକ୍ଷରୁ ସେମାନଙ୍କ ପରେଡ଼ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସେହିପରି ଶ୍ରୀ ଭାରତୀ ସ୍କୁଲ ପକ୍ଷରୁ ଏକ ପିରାମିଡ ଅନୁଷ୍ଠିତ ହେବ । ତେବେ କୋଭିଡର ଦୁଇ ବର୍ଷର ବ୍ୟବଧାନ ପରେ ସମ୍ପୂର୍ଣ୍ଣ ଦର୍ଶକଙ୍କ ମଧ୍ୟରେ ଏହି ଦିବସ ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଗ୍ୟାଲେରୀରେ ଖଚାଖଚ୍ ଦର୍ଶକଙ୍କ ଭିଡ ଲାଗିବା ନେଇ ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: 74th Republic Day: କର୍ତ୍ତବ୍ୟପଥର ଶୋଭାମଣ୍ଡନ କରିବ ଓଡିଶାର ଶାସ୍ତ୍ରୀୟ ଓ ଲୋକ ନୃତ୍ୟ

ଏଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତକା ଉତ୍ତୋଳନ କରିବେ । ଏହି ଅବସରରେ କୋଭିଡ ଯୋଦ୍ଧା, ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର କରାଯିବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରାତି ପାହିଲେ ଚାରିଆଡେ ଫର୍‌ଫର୍ ଉଡିବ ତ୍ରିରଙ୍ଗା । କୋରୋନାର ପାଦୁର୍ଭାବ ପରେ ଚଳିତ ବର୍ଷ ସାରା ରାଜ୍ୟରେ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details