ଓଡିଶା

odisha

ETV Bharat / state

ବିଭିନ୍ନ ଦାବିରେ 12 ଘଣ୍ଟିଆ ବଡମ୍ବା ବନ୍ଦ, ଜନଜୀବନ ପ୍ରଭାବିତ

12 ଘଣ୍ଟିଆ ବଡମ୍ବାରେ ବନ୍ଦ ପାଳନ । ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା । ବଡମ୍ବା ଓକିଲ ସଂଘ ଓ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟିର ମିଳିତ ସହଯୋଗରେ ଏହି ବନ୍ଦ ପାଳନ ହୋଇଥିଲା ।

By

Published : Jul 11, 2019, 10:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବିଭିନ୍ନ ଦାବି ନେଇ ଗୁରୁବାର ବଡମ୍ବାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବଡମ୍ବା ଓକିଲ ସଂଘ ଓ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ସହାୟତାରେ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା ।

ବଡ଼ମ୍ବା ବ୍ଳକରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା, ରାଜସ୍ୱ ଉପଖଣ୍ଡର ମାନ୍ୟତା ମାଣିଆ ବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା, ବଡ଼ମ୍ବା ଉପକାରାଗାରକୁ ବନ୍ଦ ନକରିବା ପ୍ରତିବାଦରେ ବନ୍ଦ ଡାକରା ଦେଇଥିଲା ଓକିଲ ସଂଘ । ଏହି ବନ୍ଦ ଡାକରାରେ ବଡମ୍ବାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟତ ସେବା ଠପ୍ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଗାଡି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖୁବ୍ ଶୀଘ୍ର ଦାବି ଗୁଡ଼ିକ ପୂରଣ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛନ୍ତି କମିଟିର ସଦସ୍ୟ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details