କଟକ:ଚଳିତମାସ ଶେଷ ସୁଦ୍ଧା ଅର୍ଥାତ ୩୧ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି। ଏନେଇ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ତାରିଖ ଘୋଷଣା ନେଇ ଦିନ ଧାର୍ଯ୍ୟ ବାକି ଥିବା ଜଣାପଡିଛି।
ଜୁଲାଇ 31 ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ - ମାଟ୍ରିକ ପରୀକ୍ଷା ଫଳ
ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମିଳିଛି ସୂଚନା । ଅଧିକ ପଢ଼ନ୍ତୁ...
ଜୁଲାଇ 31 ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ
ସୂଚନାଯୋଗ୍ୟ ଚଳିତବର୍ଷ ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୯୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିପରି ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା କରାଯାଇଥିଲା। ଖାତାଦେଖା ପାଇଁ ୨୨ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ