ଓଡିଶା

odisha

ETV Bharat / state

୧୫ ମିନିଟରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଗିନିଜ ୱାର୍ଲ୍ଡ ରେକର୍ଡ କରିବ କଟକ - କଟକ ମେୟର ସୁବାଷ ସିଂ

କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ କରିବାକୁ ନଜର ରଖିଛି ସିଏମସି । ଚଳିତ ବାଲିଯାତ୍ରାରେ ମାତ୍ର ୧୫ ମିନିଟରେ ୧୦ ହଜାର କାଗଜ ଡଙ୍ଗା ନିର୍ମାଣ କରି ଏହି ଉପାଧି ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛି ସିଲଭର ସିଟି । ଏନେଇ ଆଜି ସିଏମସିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଡଙ୍ଗା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

୧୫ ମିନିଟରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଗିନିଜ ୱାର୍ଲ୍ଡ ରେକର୍ଡ କରିବ କଟକ
୧୫ ମିନିଟରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଗିନିଜ ୱାର୍ଲ୍ଡ ରେକର୍ଡ କରିବ କଟକ

By

Published : Nov 5, 2022, 9:45 PM IST

Updated : Nov 5, 2022, 10:25 PM IST

କଟକ: ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ କଟକର ପ୍ରସିଦ୍ଧ ବାଲିଯାତ୍ରା । ୧୫ ମିନିଟରେ ୧୦ ହଜାର କାଗଜ ଡଙ୍ଗା ନିର୍ମାଣ କରି ଏହି ଉପାଧି ହାସଲ କରିବା ଦିଗରେ ନଜର ରଖିଛି ସିଏମସି । ଏନେଇ କଟକ ମହାନଗର ନିଗମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆଜି ଡଙ୍ଗା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।

୧୫ ମିନିଟରେ ପ୍ରସ୍ତୁତ ହେବ ୧୦ ହଜାର କାଗଜ ଡଙ୍ଗା, ଗିନିଜ ୱାର୍ଲ୍ଡ ରେକର୍ଡ କରିବ କଟକ

ବାଲିଯାତ୍ରା ସମୟରେ ବାରବାଟୀରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଯଦିଓ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ, କିନ୍ତୁ ପ୍ରାୟତଃ ୧୨ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଠନ୍ତି କଟକ ମେୟର ସୁବାଷ ସିଂ । ଏଥିରେ ମାତ୍ର ୧୫ ମିନିଟରେ ତିଆରି କରାଯିବ ୧୦ ହଜାର କାଗଜ ଡଙ୍ଗା । ଯାହାଦ୍ବାରା କଟକର ଐତିହାସିକ ବାଲିଯାତ୍ରା ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିବ । ଏନେଇ ଆସନ୍ତା ୧୦ ତାରିଖରେ ଲଣ୍ଡନରୁ ଆସି କଟକରେ ପହଞ୍ଚିବ ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ ଟିମ । ଏହି ଟିମ ସହ ସିଏମସି ଲଗାତାର ଭାବେ ଯୋଗାଯୋଗରେ ରହିଥିବା କହିଛନ୍ତି ମେୟର ସୁବାଷ ସିଂ ।

କଟକ ସହରର ବିଭିନ୍ନ ବର୍ଗର ଜନସାଧାରଣ, ସ୍କୁଲ, କ୍ଲବ, ବିଭିନ୍ନ ସଂଗଠନ ଓ ସଙ୍ଘଙ୍କୁ ଏଥିରେ ଭାଗ ନେବା ପାଇଁ ଅନୁରୋଧ କରିଛନ୍ତି ମେୟର । ସୂଚନା ଅନୁସାରେ ପ୍ରତି ଅଂଶଗ୍ରହଣକାରୀଙ୍କୁ ସର୍ବ ନିମ୍ନ ୫ ଟି ଡଙ୍ଗା ତିଆରି କରିବାକୁ ହେବ । ଏହା ଭିତରୁ ୩ ଟି ଠିକ ହେଲେ ସେଗୁଡିକ ଯୋଗ୍ୟ ବିବେଚିତ ହେବେ । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର, ସିଏମସି ଅଧିକାରୀ, ମେୟର ଓ କମିଶନର ପ୍ରମୁଖଙ୍କୁ ନେଇ ଆଜି ଏକ କାଗଜ ଡଙ୍ଗା ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, କଟକ

Last Updated : Nov 5, 2022, 10:25 PM IST

ABOUT THE AUTHOR

...view details