ମୁଖ୍ୟ ରାଜରାସ୍ତାରେ ହଜାର ହଜାର ମିଳିତ ମଞ୍ଚର ନିଶା ମୁକ୍ତ ଅଭିଯାନର କର୍ମୀ ଏହି ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁରୁଷ ସମେତ ମହିଳା ଏହି ଆନ୍ଦୋଳନ କରିଥିଲେ । ସହିଦ ନଗର ଥାନା ଅଧୀନରେ ଥିବା ସତସଙ୍ଗ ବିହାର ନିକଟରେ ରାଜରାସ୍ତାକୁ ଅବରୋଧ କରି ଶତାଧିକ ମହିଳା ମଦ ବିରୋଧୀ ଆନ୍ଦୋଳନ କରିଥିଲେ ।
'କୃଷକଙ୍କୁ ପାଣି ମିଳୁନି, ସରକାର ମଦ ବିକ୍ରିକୁ ଅନୁମତି ଦେଉଛନ୍ତି'
ମୁଖ୍ୟ ରାଜରାସ୍ତାରେ ହଜାର ହଜାର ମିଳିତ ମଞ୍ଚର ନିଶା ମୁକ୍ତ ଅଭିଯାନର କର୍ମୀ ଏହି ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁରୁଷ ସମେତ ମହିଳା ଏହି ଆନ୍ଦୋଳନ କରିଥିଲେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଫଳରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଫଳରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଏହାସହ ସେଠାରୁ କର୍ମୀମାନଙ୍କୁ ଘଉଡାଇଥିଲ। । ଏହାପରେ ଯାତାୟତ ସମସ୍ୟା ହଟିଥିଲା । ଘଟଣା ସ୍ଥଳରେ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପ୍ରାୟ ୩ଘଣ୍ଟା ଧରି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିଲେ ।
ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ