ଓଡିଶା

odisha

ETV Bharat / state

ପାଣି ଟୋପେ ପାଇଁ ଡହଳବିକଳ ବସ୍ତି ବାସିନ୍ଦା

ପ୍ରଳୟଙ୍କାରୀ ବାତ୍ୟା ଫନି ସ୍ମାର୍ଟ ସିଟିକୁ ଛାରଖାର କରି ଦେଇଥିବାବେଳେ ସାଲିଆ ସାହି ବସ୍ତି ସମ୍ପୂର୍ଣ୍ଣ ଉଜୁଡିଯାଇଛି । ଲୋକେ ଖାଇବା ତ ଦୂରର କଥା ପାଣି ବୁନ୍ଦାଏ ପାଇଁ ଗୋଟିଏ ନଳକୂପରେ ନିର୍ଭରଶୀଳ ହୋଇ ପଡ଼ିଛନ୍ତି ।

By

Published : May 7, 2019, 2:44 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପ୍ରଳୟଙ୍କାରୀ ବାତ୍ୟା ଫନି ସ୍ମାର୍ଟ ସିଟିକୁ ଛାରଖାର କରି ଦେଇଥିବାବେଳେ ସାଲିଆ ସାହି ବସ୍ତି ସମ୍ପୂର୍ଣ୍ଣ ଉଜୁଡି ଯାଇଛି ।
ଲୋକେ ଖାଇବା ତ ଦୂରର କଥା ପାଣି ବୁନ୍ଦାଏ ପାଇଁ ଗୋଟିଏ ନଳକୂପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ବାତ୍ୟା ପରେ ବିଜୁଳି ବ୍ୟବସ୍ଥା ଏଯାଏଁ ସୁଧୁରିନଥିବାବେଳେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ହନ୍ତସନ୍ତ ହେଉଛନ୍ତି । ଏଥି ସହିତ ବାହାରର ସବୁତକ ଅଳିଆ ଆସି ସାଲିଆ ସାହିର ବସ୍ତିରେ ଗଦା ହେଉଥିବାରୁ ବସ୍ତିରେ ଏକ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

ବାତ୍ୟାର 4 ଦିନ ପରେ ବି କୌଣସି ପ୍ରଶାସନ ବସ୍ତିରେ ପହଞ୍ଚି ନ ଥିବା ବସ୍ତିବାସିନ୍ଦା ଅଭିଯୋଗ କରିଥିବାବେଳେ ଲାଇନ ଲଗାଇ ଚନ୍ଦ୍ରଶେଖରପୁର ପିଏଚଡି ଅଫିସରୁ ପାଣି ଆଣିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଗୋଟିଏ ବାଲଟି ପିଛା 30 ଟଙ୍କା ଦେଇ ପାଣି କିଣିଥିବା ଲୋକେ କହିଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ସମୟରେ ବସ୍ତି ବାସିନ୍ଦାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରା ନଯାଇଥିବାବେଳେ ବିସ୍କୁଟ ପ୍ୟାକେଟ ଖଣ୍ଡିଏ ବି ଦିଆଯାଇନଥିଲା ବୋଲି ବସ୍ତିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details