ଭୁବନେଶ୍ବର: ଭୋଟ ଗଣତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ମେ'23କୁ ସୂଚାରୁ ରୂପେ ପରିଚାଳନା ନେଇ ପ୍ରସ୍ତୁତି ହୋଇଛି । 21ଟି ଲୋକସଭା ସହ 147ଟି ବିଧାନସଭାରେ ଗଣତି ହେବ । ସକାଳ 8ରୁ ଗଣତି ଆରମ୍ଭ ହେବ । www. Results.eci.gov.inରେ ଉପଲବ୍ଧ ହେବ ଇଲେକ୍ସନ ରେଜଲ୍ଟ ।
147ଟି ବିଧାନସଭା ଲାଗି 63ଟି କେନ୍ଦ୍ରରେ ଭୋଟ ଗଣତି ହେବ । ପାଖାପାଖି 2500 ଟେବୁଲରେ ଗଣତି ହେବ । ଲୋକସଭା ପାଇଁ 7ଟି ଟେବୁଲରେ ଗଣନା ହେବାକୁ ଥିବାବେଳେ ବିଧାନସଭା ଲାଗି ମଧ୍ୟ 7ଟି ଟେବୁଲରେ ହେବ । ଏଥିସହ ଗୋଟିଏ ଟେବୁଲରେ ଜଣେ ମାଇକ୍ରୋ ଅବଜରଭର ଥିବାବେଳେ ଗୋଟିଏ ଟେବୁଲରେ 3 ଜଣ ଅଧିକାରୀ ଉପସ୍ଥିତ ରହିବେ ।
ଏନେଇ ପାଖାପାଖି ୬ହଜାର ୭୦୦ଲୋକ ନିୟୋଜିତ ହୋଇଥିବା ବେଳେ କାଉଣ୍ଟିଂ ଅବଜରଭର ନିୟୋଜିତ ହୋଇଛନ୍ତି । ୪୧୧ ଗଣନା କେନ୍ଦ୍ରରେ ଟେବୁଲ ସଂଖ୍ୟା ବୃଦ୍ଧି କରାଯାଇଛି । ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଓ ବଲାଙ୍ଗୀରର ପାଟଣାଗଡରେ ସର୍ବାଧିକ ୪୯ ରାଉଣ୍ଡରେ ଗଣନା ହେବ । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ୧୭୦୦ଟି ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି ।