ଓଡିଶା

odisha

ETV Bharat / state

'ଫନି' ପାଇଁ କ୍ୟାବିନେଟ ସଚିବଙ୍କ ସହ କଥା ହେଲେ ମୁଖ୍ୟ ସଚିବ

ସମ୍ଭାବ୍ୟ ବାତ୍ୟା ଫନି ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । 2ଟି ହେଲିକପ୍ଟର ସହ NDRFର ଅଧିକ ଟିମ ନେଇ ରାଜ୍ୟ ଦାବି କରିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 30, 2019, 8:55 PM IST

ଭୁବନେଶ୍ବର: 'ଫନି'କୁ ନେଇ କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଓଡିଶା ପାଇଁ ଦୁଇଟି ହେଲିକପ୍ଟର ମାଗିଛନ୍ତି ସରକାର । ଏଥିସହ NDRFର ଅଧିକ ଟିମ ଦେବାକୁ ରାଜ୍ୟ ଦାବି କରିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ଫନି ଯୋଗୁଁ ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ । ପୁରୀ ଜିଲ୍ଲାରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ତେଣୁ 2 ତାରିଖ ସକାଳୁ ତଳି ଅଂଚଳରେ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯିବ ।

ଏଥିସହ ମାଗଣାରେ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ 12 ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ସରକାର। ରାଜ୍ୟ ସରକାର ସବୁ କ୍ଷେତ୍ରରେ ପ୍ରସ୍ତୁତ ଥିବା କହିଛନ୍ତି। ପର୍ଯ୍ୟାପ୍ତ ପରିମାଣର ଚୁଡା, ଗୁଡ ଓ ଅତ୍ୟାବଶ୍ୟକ ସାମଗ୍ରୀ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details