ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କ ପାଇଁ ବଢିଲା କିନ୍ନରଙ୍କର ସହାୟତାର ହାତ - ବାତ୍ୟା

ଆଜି ବି ସେହି କିନ୍ନର ରାଜଧାନୀର ରାସ୍ତା ତଥା ବିଭିନ୍ନ ଦୋକାନ ବୁଲି ପଉସା ମାଗୁଥିଲେ ସତ, ହେଲେ ଏହାର ଉଦ୍ଦେଶ୍ୟ ଥିଲା ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 18, 2019, 12:05 AM IST

ଭୁବନେଶ୍ବର: ରାସ୍ତା କଡରେ ତାଳି ମାରି ଲୋକଙ୍କଠାରୁ ପଇସା ମାଗୁଥିବାର ଦୃଶ୍ୟ ତ ଆପଣମାନେ ଦେଖିଥିବେ ନିଶ୍ଚୟ । କେତେବେଳେ ସେମାନେ ଭଲରେ ପଇସା ମାଗି ଚାଲି ଯାଆନ୍ତି ତ ପୁଣି କେତେବେଳେ ଖରାପ ଭାଷା କହି ଲୋକଙ୍କ ମନରେ ନିଜର ଏକ ଖରାପ ପରିଚୟ ଛାପି ଦେଇଯାନ୍ତି । ଆଜି ବି ସେହି କିନ୍ନର ରାଜଧାନୀର ରାସ୍ତା ତଥା ବିଭିନ୍ନ ଦୋକାନ ବୁଲି ପଉସା ମାଗୁଥିଲେ ସତ ହେଲେ ଏହାର ଉଦ୍ଦେଶ୍ୟ ଥିଲା ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହେଉଛି ରାଜଧାନୀର ଦୃଶ୍ୟ । ଯେଉଁଠାରେ ବିଭିନ୍ନ ଦୋକାନ ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ସଂଗ୍ରହ କରୁଥିଲେ କିଛି କିନ୍ନର । ବର୍ତ୍ତମାନ ରାଜ୍ୟବାସୀଙ୍କୁ ସହାୟତା ଯୋଗାଇବା ପାଇଁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଆର୍ଥିକ ସହାୟତା ଛୁଟୁଥିବା ବେଳେ ସେମାନେ ମଧ୍ୟ ନିଜ ତରଫରୁ ଆରମ୍ଭ କରିଛନ୍ତି ଭିନ୍ନ ଉଦ୍ୟମ ।

କିନ୍ନରମାନଙ୍କ ନାମ ଶୁଣିବା ମାତ୍ରେ ହିଁ ସମାଜରେ ଘୃଣା ଭାବ ସ୍ପଷ୍ଟ ବାରି ହୋଇପଡେ । ହେଲେ ସମାଜର ନିନ୍ଦାକୁ ତିଳେ ବି ଖାତିର ନକରି ମଣିଷପଣିଆର ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ରାଜଧାନୀର ଏହି କିନ୍ନର ସଂଘ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details