ଓଡିଶା

odisha

ETV Bharat / state

ଫନି ଫିଅର: ଆଜି ସାଢେ 7 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ - district

ଦିନ 10 ସୁଦ୍ଧା 11 ଜିଲ୍ଲାର 25, 425 ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ସୂଚନା । ରାତି ଭିତରେ ମୋଟ 7 ଲକ୍ଷ 50 ହଜାର 755 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 2, 2019, 1:35 PM IST

ଭୁବନେଶ୍ବର: ସମ୍ଭାବ୍ୟ ‘ବାତ୍ୟା’ ଫନି ପାଇଁ ସମୁଦ୍ରକୂଳିଆ ତଥା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଉଛି । ଦିନ 10 ସୁଦ୍ଧା 11 ଜିଲ୍ଲାର 25, 425 ଜଣଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିବା ସୂଚନା ମିଳିଛି । ଏହି କାମରେ ସ୍ଥାନୀୟ ବିଡିଓ ଓ ସରକାରୀ ଅଧିକାରୀ ମାନେ ନିୟୋଜିତ ରହିଛନ୍ତି ।

ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ, ପାନୀୟ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି । ତେବେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦିଆଯାଉଥିବାରୁ ସବୁ ଅଧିକାରୀଙ୍କୁ ପ୍ରତି ମୁହୁର୍ତ୍ତରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ବାତ୍ୟା ପାଇଁ 5 ଲକ୍ଷ 97 ହଜାର ପଲିଥିନ ମହଜୁତ ରହିବା ସହିତ 1 ଲକ୍ଷ ଖାଦ୍ୟ ପ୍ୟାକେଟ ରହିଛି । ସମୁଦାୟ 3001 ବାତ୍ୟା ଆଶ୍ରୟସ୍ଥଳ ରହିଥିବାରୁ ପ୍ରତ୍ୟେକ ଆଶ୍ରୟସ୍ଥଳୀରେ 500ରୁ 700 ଲୋକ ରହିବା ନେଇ ବ୍ୟବସ୍ଥା କରାଯାଇଛି । ତେବେ ସନ୍ଧ୍ୟା ସୁଦ୍ଧା ସବୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ନେଇ ଏନଡିଆରଏଫର 25 ଟିମ୍‌ ମଧ୍ୟରୁ କେନ୍ଦ୍ରାପଡାରେ 3, ପୁରୀରେ 3 , ଜଗତସିଂହପୁରରେ 3, ବାଲେଶ୍ଵରରେ 2, ଗଞ୍ଜାମରେ 2, ଯାଜପୁରରେ 2 , ଭଦ୍ରକରେ 2, ମୟୂରଭଞ୍ଜରେ 1, ଖୋର୍ଦ୍ଧାରେ 2, ନୟାଗଡରେ 1, ଗଜପତିରେ 1, ଢେଙ୍କାନାଳରେ 1, କେନ୍ଦୁଝରରେ 1 ଓ କଟକରେ ଗୋଟିଏ ଟିମ ନିୟୋଜିତ ଥିବା ସୂଚନା ମିଳିଛି । ଏହା ସହ 18 ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଛନ୍ତି । 525 ୟୁନିଟ ଫାୟାର ଟିମ୍‌ ମଧ୍ୟ ବାତ୍ୟା ସମୟରେ ସାହାଯ୍ୟ କରିବାକୁ ରହିଛନ୍ତି ।

ସୂଚନା ଥାଉକି, 7 ଲକ୍ଷ 50 ହଜାର 755 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରୁ ଗଞ୍ଜାମରୁ 1 ଲକ୍ଷ 95 ହଜାର 930, ଭଦ୍ରକରୁ 45,000, ବାଲେଶ୍ବରରୁ 40,000, କେନ୍ଦ୍ରାପଡାରୁ 28000, ଜଗତସିଂହପୁରରୁ 60000, ପୁରୀରୁ 1,04,481, କଟକରୁ 1ଲକ୍ଷ, ଖୋର୍ଦ୍ଧାରୁ 1,08,761, ଯାଜପୁରରୁ 14,000. ମୟୁରଭଞ୍ଜରୁ 1,000, କନ୍ଧମାଳରୁ 3,366, ଗଜପତିରୁ 25,217, ନୟାଗଡରୁ 25000 ଲୋକ ସ୍ଥାନାନ୍ତରଣ ହେବେ ।

ଭୁବନେଶ୍ବର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details